ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୯୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ସୁସ୍ଥ ହୋଇଥିବା ୨୯୮୦ ଜଣଙ୍କ ମଧ୍ୟରୁ ୬୫୪ ଜଣ କଟକରୁ, ୨୬୩ ଜଣ ଖୋର୍ଦ୍ଧା, ୨୧୨ ଜଣ ଗଞ୍ଜାମରୁ, ୨୦୭ ଜଣ ମୟୁରଭଞ୍ଜରୁ, ୧୩୩ ଜଣ ସମ୍ବଲପୁରରୁ, ୧୨୬ ଜଣ ବଲାଙ୍ଗିରରୁ, ୧୧୪ ଜଣ ନୟାଗଡରୁ, ୧୧୪ ଜଣ ପୁରୀରୁ, ୧୧୧ ଜଣ ବାଲେଶ୍ୱରରୁ, ୧୦୩ ଜଣ କୋରାପୁଟରୁ, ୯୧ ଜଣ କେନ୍ଦ୍ରାପଡାରୁ, ୮୭ ଜଣ ବରଗଡରୁ, ୯୦ ଜଣ ଅନୁଗୁଳରୁ, ୮୦ ଜଣ କେନ୍ଦୁଝରରୁ, ୭୬ ଜଣ ରାୟଗଡାରୁ, ୭୫ ଜଣ ଢେଙ୍କାନାଳରୁ, ୬୮ ଜଣ ସୁନ୍ଦରଗଡରୁ, ୬୭ ଜଣ ଝାରସୁଗୁଡାରୁ, ୬୪ ଜଣ ଭଦ୍ରକରୁ, ୬୧ ଜଣ ମାଲକାନଗିରିରୁ, ୩୮ ଜଣ ଜଗତସିଂହପୁରରୁ, ୩୭ ଜଣ ନୂଆପଡାରୁ, ୩୩ ଜଣ କନ୍ଧମାଳରୁ, ୨୫ ଜଣ ଗଜପତିରୁ, ୨୧ ଜଣ ନବରଙ୍ଗପୁରରୁ, ୨୦ ଜଣ ଯାଜପୁରରୁ, ୧୦ ଜଣ କଳାହାଣ୍ଡିରୁ, ଦେବଗଡ ଓ ସୋନପୁରରୁ ୫ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧,୧୬,୬୭୮ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୯୦,୩୩୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୫୩୧ ଜଣ ମୃତ୍ୟୁ ବରଣ କରିଛନ୍ତି।
Comments are closed.