ଭୁବନେଶ୍ୱର : ରାଜ୍ୟର ଆଉ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଓ ତାଙ୍କ ନମୁନା ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଏହି ଦୁଇଜଣ ଭୁବନେଶ୍ୱରର ଓ ସେମାନଙ୍କୁ ଶୁକ୍ରବାର ଡିସ୍ଚାର୍ଜ କରାଯାଇଥିବା ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଏମାନଙ୍କୁ ମିଶାଇ ମୋଟ ୨୧ ଜଣ କରୋନା ପଜିଟିଭ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ ଜଣ ଭୁବନେଶ୍ୱରର ।
ରାଜ୍ୟ ଏ ଯାଏଁ ମୋଟ ୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
Comments are closed.