Latest Odisha News

ବାଂଲାଦେଶ ଟି୨୦ ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ପଜିଟିଭ

ଢ଼ାକା: ବାଂଲାଦେଶ ଟି୨୦ କ୍ରିକେଟ ଦଳର ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଫଳରେ ସେ ପାକିସ୍ତାନ ସୁପର ଲିଗରେ ଖେଳିପାରିବେ ନାହିଁ । ମୋଇନ ଅଲୀଙ୍କ ସ୍ଥାନରେ ମୁଲ୍ଲାତାନ ସୁଲ୍ଲତାନ ଟିମରେ ତାଙ୍କୁ ସାମିଲ କରାଯାଇଥିଲା । କୌଣସି କରୋନା ଲକ୍ଷଣ ନ ଥିଲେ ମଧ୍ୟ ଏହା ପଜିଟିଭ ବାହାରିବା ମୋତେ ନିରାଶ କରିଛି ।

ମୁଁ ଏବେ ଏକାନ୍ତବାସରେ ରହିଛି । ମୁଁ ଜଲଦି ଠିକ୍ ହୋଇ ଟିମ୍ ସହିତ ବାକି ତକ ମ୍ୟାଚ ଖେଳିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ୯ ନଭେମ୍ବରରେ ସେ ପାକିସ୍ତାନ ଯାଇଥାନ୍ତେ ।

Leave A Reply

Your email address will not be published.