Latest Odisha News

BREAKING NEWS

ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଏସବୁ ତଥ୍ୟ, ନଚେତ ଘରେ ପହଞ୍ଚିପାରେ ପୋଲିସ

ଆପଣ କୌଣସି ଦାମୀ ଫୋନକୁ ସେକେଣ୍ଡ ହ୍ୟାଣ୍ଡ ଭାବେ ଶସ୍ତାରେ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ସେକେଣ୍ଡ ହ୍ୟାଣ୍ଡ ଫୋନ କିଣିବା ପୂର୍ବରୁ ଏସବୁ କଥା ଉପରେ ଗୁରୁତ୍ୱ ଦିଅନ୍ତୁ ନଚେତ ଆପଣ ଫସିଯାଇପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବାବଦରେ କହିବୁ, ଯାହାକୁ ଆପଣ ଫୋନ କିଣିବା ପୂର୍ବରୁ ଆପଣାଇବା ଉଚିତ ।

ପ୍ରଥମେ କୌଣସି ସ୍ମାର୍ଟଫୋନ ସେକେଣ୍ଡ ହ୍ୟାଣ୍ଡ କିଣିବା ପୂର୍ବରୁ ଭଲ ଭାବେ ଏହାକୁ ଯାଞ୍ଚ କରନ୍ତୁ । ଫୋନର ଅବସ୍ଥା କିଭଳି ଅଛି, ଟଚସ୍କ୍ରିନ ଠିକରେ କାମ କରୁଛି ନା ନାହିଁ ଦେଖନ୍ତୁ । ଫୋନର କୌଣସି ସ୍ଥାନରେ ଜଙ୍କ ଲାଗିଥିଲେ ଏହାକୁ କିଣନ୍ତୁ ନାହିଁ, କାରଣ ପାଣିରେ ଫୋନ ପଡିଯାଇଥିଲେ ଜଙ୍କ ଲାଗିଯାଇଥାଏ । ସବୁବେଳେ କମରୁ କମ ଦାମରେ ଫୋନ କିଣନ୍ତୁ ନାହିଁ, କାରଣ ବିକ୍ରେତା ଆପଣଙ୍କୁ ମୂଲ୍ୟ କମାଇ ଖରାପ ଫୋନ ଦେଇଦେଇପାରେ ।

ସେହିପରି ଫୋନ କିଣୁଥିବା ଦୋକାନୀଙ୍କ ପାଖରୁ ବିଲ ଆଣିବାକୁ ଭୁଲନ୍ତୁ ନାହିଁ । ଭବିଷ୍ୟତରେ ଯଦି ଏହା ଚୋରି ଫୋନ ବୋଲି ଜଣାପଡେ, ତେବେ ଆପଣ ଅସୁବିଧାରେ ପଡିବେ ନାହିଁ । ସେହିପରି ଫୋନର ଆଇଏମଆଇ ନମ୍ବର ମଧ୍ୟ ଯାଞ୍ଚ କରନ୍ତୁ । ଆପଣ ଅନଲାଇନରେ ମଧ୍ୟ ଆଇଏମଆଇ ନମ୍ବର ଯାଞ୍ଚ କରିପାରିବେ । ଏହି ଫୋନ ବ୍ଲାକଲିଷ୍ଟ ହୋଇଛି ନା ନାହିଁ ଆପଣ ଜାଣିପାରିବେ । ଯଦି ଫୋନରେ ୱାରେଣ୍ଟି ଥାଏ ତେବେ ୱାରେଣ୍ଟି କାର୍ଡରେ ନିଜ ନାମକୁ ସ୍ଥାନାନ୍ତର କରିନିଅନ୍ତୁ ।

Leave A Reply

Your email address will not be published.