Latest Odisha News

ସମାଜ ସଂସ୍କାରକ ହୋଇଥିଲେ କ’ଣ କରିଥାନ୍ତେ ? ଆଖି ଓଦା କରିଦେବ ୫ମ ଶ୍ରେଣୀ ଛାତ୍ରଙ୍କ ଉତ୍ତର

ଛୋଟ ପିଲାଟିଏ  । ହେଲେ ମୁଣ୍ଡରେ ତାର କେତେ ବଡ କଥା ଚିନ୍ତା କରିପାରୁଛି ! ଖାଇବା, ଖେଳିବା ବୟସରେ ସେ କେତେ ବଡ ବଡ କଥା ଭାବି ପାରୁଛି ! ସମାଜର ଅନେକ କଳଙ୍କିତ ପ୍ରଥା ଏଇ ଛୋଟ ପିଲାଟିକୁ କେତେ ପ୍ରଭାବିତ କରିଛି ସତରେ ? ୫ମ ଶ୍ରେଣୀରେ ପଢୁଥିବା ଏହି ପିଲାଟିର ଉତ୍ତର ଦେଖିଲେ ଆପଣ ବି ଭାବବିହ୍ୱଳ ହୋଇଯିବେ । ୫ମ ଶ୍ରେଣୀର ଏହି ପିଲାଟିର ପରୀକ୍ଷା ଖାତାର ଉତ୍ତର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପାଥ ଫାଇଣ୍ଡର ପବ୍ଲିଶିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ସଂସ୍ଥାପକ ତଥା ସିଇଓ ମହେଶ୍ୱର ପେରୀ ସେୟାର କରିଛନ୍ତି । ସେ ତାଙ୍କ ପୁଅର ପରୀକ୍ଷା ଖାତାର କିଛି ଅଂଶ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପରୀକ୍ଷା ଖାତାରେ କୁନି ପୁଅର ଉତ୍ତର ଦର୍ଶକଙ୍କ ହୃଦୟ ଛୁଇଁ ଯାଇଛି ।  ପୁଅ ତାଙ୍କର ୫ମ ଶ୍ରେଣୀର ଛାତ୍ର । ପ୍ରକୃତରେ ୫ମ ଶ୍ରେଣୀରେ ପଢୁଥିବେ ଏହି କୁନିପିଲାର ପରୀକ୍ଷା ଖାତାର ଉତ୍ତରକୁ ସମସ୍ତେ ପଢିବା ଦରକାର ।

୫ମ ଶ୍ରେଣୀ ପରୀକ୍ଷାରେ ଏକ ପ୍ରଶ୍ନ ପଡିଥିଲା, ଯଦି ତୁମେ ସ୍ୱତନ୍ତ୍ରତା ପୂର୍ବ ସମାଜର ଜଣେ ସମାଜସେବୀ ହୋଇଥାନ୍ତ ତେବେ ସେ ସମୟର ପ୍ରଚଳିତ କେଉଁ ସାମାଜିକ ପ୍ରଥା ଯାହା ଭାରତର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି ତାହାକୁ  ବିଲୋପ କରିବାକୁ ଚାହିଁବେ  ଏବଂ କାହିଁକି ?

ଏହି ପ୍ରଶ୍ନର ଉତ୍ତରରେ କୁନ ପୁଅଟି ଲେଖିଥିଲା, ‘ମୁଁ ସେ ସମୟର ସମାଜ ସୁଧାରକ ହୋଇଥିଲେ ବିଧବା ବିବାହ ପ୍ରଥାକୁ ଆରମ୍ଭ କରିବାକୁ ଚାହିଁଥାନ୍ତି । ଯଦି ମହିଳା ଜଣେ ବିଧବା ହୋଇ ଯାଆନ୍ତି ତେବେ ତାଙ୍କୁ ଦୁଇଟି ବାଟ ବାଛି ନେବାକୁ ପଡିଥାଏ । ସତୀ ହେବେ ନଚେତ ଧଳା ଶାଢୀ ପିନ୍ଧିବେ। ସେମାନଙ୍କୁ ମୁଣ୍ଡ କୁଣ୍ଡାଇ ବାହାରକୁ ଯିବା ମନା ।  ଯଦି ବିଧବାଙ୍କର ପୁର୍ନବିବାହ ହୋଇ ପାରନ୍ତା ତେବେ ତାଙ୍କର ଜୀବନ ସୁଧୁରି ଯାଇଥାନ୍ତା । ସେମାନେ ଏକ ସୁନ୍ଦର ଜୀବନ ଜିଇଁ ପାରନ୍ତେ ।’ ପରୀକ୍ଷା ଖାତାରେ ବି ଶିକ୍ଷକ  ବହୁତ ସୁନ୍ଦର ଉତ୍ତର ବୋଲି ଲେଖିଛନ୍ତି ।

ଏହି ପୋଷ୍ଟଟି ଟୁଇଟରରେ ଭାଇରାଲ ହେବା ପରେ ୟୁଜର୍ସଙ୍କ ମନକୁ ଛୁଇଁ ଯାଇଛି । ଛୋଟ ପିଲାଟିର ଏପରି ମହାନ ଚିନ୍ତାଧାରା ସମସ୍ତଙ୍କୁ ଚକିତ କରିଛି । ଏହି ପୋଷ୍ଟ ଉପରେ ଖୁବ ସୁନ୍ଦର ମତ ରଖିଛନ୍ତି ୟୁଜର୍ସ । ଏପରି ଏକ ପୁ ପାଇଁ ସେ ଗର୍ବ ଅନୁଭବ କରିବା କଥା ବୋଲି ମହେଶ୍ୱର ପେରୀଙ୍କୁ କହିଛନ୍ତି ।

Leave A Reply

Your email address will not be published.