Latest Odisha News

BREAKING NEWS

୨ୟ ପର୍ଯ୍ୟାୟ ନିର୍ବାଚନ: ଇଭିଏମ୍ ମେସିନ ଅଚଳ ଯୋଗୁଁ ଓଡିଶାର କିଛି କେନ୍ଦ୍ରରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ୨ୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଓଡିଶାର କିଛି ବୁଥରେ ଇଭିଏମ୍ ମେସିନ୍ ଅଚଳ ହେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି ।

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ବଲାଙ୍ଗିର ଜିଲ୍ଲାର ଲୋଇସିଙ୍ଗାସ୍ଥିତ କୁରୁଲା ଗ୍ରାମର ବୁଥ୍ ନଂ-୨୭୮, ଅଗରପୁର ଗ୍ରାମର ବୁଥ୍ ନଂ-୫୧, ସେହିପରି ବଲାଙ୍ଗିର ଜିଲ୍ଲାର ବୁଥ୍ ନଂ-୬୮ ଏବଂ ୬୫ରେ ଭୋଟଦାନ ବିଳମ୍ବରେ ହୋଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ତୁରେଇକେଲାର ମଡେଲ ବୁଥ୍ ନଂ ୩୯ରେ ମଧ୍ୟ ସେହି ସମାନ ଘଟଣା ନଜରକୁ ଆସିଥିବା ନେଇ ସୂଚନା ମିଳିଛି ।

ସେହିପରି କନ୍ଧମାଳ ଜିଲ୍ଲାର ବୁଥ୍ ନଂ- ୧୦୧ ଓ ଫୁଲବାଣୀର ୧୧୩, ଜି.ଉଦୟଗିରି-୧୭୯, ଏବଂ ମହାସିଂହ ଅଞ୍ଚଳର ବୁଥ୍ ନଂ- ୫୪ରେ ବିଳମ୍ବରେ ଭୋଟ୍ ଗ୍ରହଣ ହୋଇଛି ।

ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ସଦର ସ୍ଥିତ ବୁଥ୍ ସଂଖ୍ୟା- ୧୭୧, ତଳସରାର ବୁଥ୍ ନଂ- ୨୦୬ରେ ମଧ୍ୟ ବିଳମ୍ବରେ ଭୋଟଗ୍ରହଣ ହୋଇଛି । ସେହିପରି କେନ୍ଦୁଡିହି, ଫକୀରମୁଣ୍ଡମ୍ ଛିଦକୁଦର, ତତଲା, ଉଷୁକୁଲା, ଖଲସଘାଟ ଏବଂ ବଣାଇ ବ୍ଲକର ୬ଟି ବୁଥରେ ସମାନ ପରିସ୍ଥିତି ଘଟିଛି । ଆହୁରି ମଧ୍ୟ ପ୍ରାୟ ୭୦ଟି ବୁଥରେ ଏଭଳି ଘଟଣା ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଆସ୍କା ଅନ୍ତର୍ଗତ ଜହଡ ଅଞ୍ଚଳର ବୁଥ୍ ନଂ-୨୭ରେ ମଧ୍ୟ ଭୋଟଦାନ ବିଳମ୍ବ ହୋଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.