Latest Odisha News

BREAKING NEWS

ଆସ୍କା ପୋଲିଂ ବୁଥରେ ବୃଦ୍ଧଙ୍କ ମୃତ୍ୟୁ

ଆସ୍କା : ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ ଏକ ପୋଲିଂ ବୁଥରେ ଭୋଟ ଦେବାକୁ ଆସିଥିବା ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ମୃତ ବ୍ୟକ୍ତିଙ୍କ ନାମ ନଟବର ବେହେରା ଏବଂ ତାଙ୍କ ଘର କଂସାମାରି ଗ୍ରାମର ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ସାନଖେମୁଣ୍ଡି ବିଧାନସଭା ଆସନ ଅନ୍ତର୍ଗତ କଂସାମାରି ବୁଥ ନଂ-୧୮୩କୁ ଏହି ବୟସ୍କ ବ୍ୟକ୍ତି ଭୋଟ ଦେବାକୁ ଆସିଥିଲେ । ସେ ଭୋଟଦେବା ପାଇଁ ଲାଇନରେ ଛିଡା ହୋଇଥିବା ବେଳେ ଅଚାନକ ଅଚେତ ହୋଇ ତଳେ ପଡି ଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ଅତ୍ୟଧିକ ଖରା ଯୋଗୁଁ ଏଭଳି ଅଘଟଣ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.