Latest Odisha News

BREAKING NEWS

ଆଖି ତଳୁ କଳାଦାଗ ହଟାଇବ ଏହି ସରଳ ଉପଚାର

ଭୁବନେଶ୍ୱର:ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜର ଯତ୍ନ ନେବା ପ୍ରାୟ ସମସ୍ତେ ଭୁଲି ଗଲେଣି । ତେବେ ବୟସ ଆଗରୁ ତ୍ୱଚା ଜନିତ ସମସ୍ୟା ଦେଖା ଦେଉଛି । ଯାହା ମଧ୍ୟରୁ ଆଖି ତଳ କଳା ପଡିବା ଏକ ସାଧାରଣ କଥା।

ତେବେ ବିଭିନ୍ନ କାରଣରୁ ଆଖି ତଳ କଳା ପଡିଥାଏ। ବହୁ ରାତି ଯାଏ ଅନିଦ୍ରା ରହିବା ଭଳି କାରଣ ଯୋଗୁ ଆଖି ତଳେ କଲା ଦାଗ ପଡିଥାଏ । ଏହାଛଡା ବୟସ ଅଧିକ ହେଲେ ମଧ୍ୟ ଆଖି ତଳ କଳା ପଡିବା ଭଳି ସମସ୍ୟା ଦେଖା ଦେଇଥାଏ। ଅତି ସହଜ ଉପାୟରେ କିଭଳି ଏଥିରୁ ମୁକ୍ତି ପାଇବା ଆସନ୍ତୁ ଜାଣିବା ।

ଆଳୁରସ ସହିତ ଅଳ୍ପ ପରିମାଣରେ ଲେମ୍ବୁ ରସ ମିଶାଇ ଆଖି ତଳ କଳାଦାଗରେ ଲଗାନ୍ତୁ। ଦେଖିବେ ବହୁତ କମ ଦିନରେ କଲା ଦାଗ ଲିଭିଜିବ।

ପାଚିଲା ଅମୃତଭଣ୍ଡାକୁ ଭଲଭାବେ ଚକଟି ଦିଅନ୍ତୁ । ୨ ଚାମଚ ଅମୃତଭଣ୍ଡା ଚକଟାରେ ଟିକେ ଲେମ୍ବୁ ରସ ପକାଇ ଏହାକୁ ଆଖି ତଳେ ଲଗାନ୍ତୁ। ଅମୃତଭଣ୍ଡାରେ ଥିବାଆଣ୍ଟି ଅକ୍ସିଡେଣ୍ଟସ ଓ ମିନେରାଲ୍ସ ଆଖି ତଳୁ କଳା ଦାଗ ହଟାଇବାରେ ସାହାଯ୍ୟ କରିବ । ଏହାକୁ ନିୟମିୟ ବ୍ୟବହାର କରନ୍ତୁ ।

ସେହିପରି ପାଚିଲା କମଳା ଚୋପାକୁ ଖରାରେ ସୁଖାଇ ଦିଅନ୍ତୁ। ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ । ସେଥିରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ବନେଇ ଆଖି ତଳେ ଲଗାନ୍ତୁ।

Leave A Reply

Your email address will not be published.