Latest Odisha News

BREAKING NEWS

ଏସିଡ଼ ମାଡ଼ରେ ଦୁଇଜଣ ଯୁବକ ଗୁରୁତର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଗୁଲୁଣ୍ଡା ଗାଁରେ ଏସିଡ଼ ମାଡ଼ । ଗାଁର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏସିଡ଼ ଫିଙ୍ଗା ଫିଙ୍ଗି ହୋଇ ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଦୁଇଜଣ ହେଲେ ଗୁଲୁଣ୍ଡା ଗାଁର ବିକ୍ରମ ହରିପାଲ ଓ ବୃନ୍ଦାବନ ଛତ୍ରିଆ ।

ସୂଚନା ଅନୁସାରେ, କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ମଧ୍ୟରେ ଉଭୟ ଉଭୟଙ୍କ ଉପରକୁ ଏସିଡ଼ ମାଡ଼ କରିଥିଲେ । ଫଳରେ ଉଭୟ ଗୁରୁତରଭାବେ ଆହତ ହୋଇଥିଲେ । ଏନେଇ ଗାଁଲୋକେ ଉଭୟଙ୍କୁ ପ୍ରଥମେ ବିନିକା ଡ଼ାକ୍ତରଖାନାକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ତେବେ କେଉଁ କାରଣ ପାଇଁ ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିନିକା ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.