Latest Odisha News
Browsing Tag

Acid Attack

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼, ଆକ୍ରମଣକାରୀ ସହ ୫ ଆହତ

ଜଗତସିଂହପୁର (ତାରପଦ ମହାନ୍ତି): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଡ଼ତିରା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି । ଏସିଡ୍ ମାଡ଼ରେ ଆକ୍ରମଣକାରୀ ସହ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିପିନ…

କୁକୁଡ଼ା ଚୋରିକୁ ନେଇ ଭଉଣୀ ଉପରକୁ ଏସିଡ୍ ଫିଙ୍ଗିଲା ଭଉଣୀ, ୪ ଗୁରୁତର

ବଲାଙ୍ଗିର: ଭଉଣୀ-ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟ କରିଛି କୁକୁଡ଼ା ଚୋରି । ସାମାନ୍ୟ କୁକୁଡ଼ା ପାଇଁ ଏସିଡ୍ ମାଡ଼ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କୁକୁଡ଼ା କିଏ ନେଲା ? ତୁ ନେଇଛୁ କହି ଭଉଣୀର ପରିବାର ଉପରକୁ ଏସିଡ୍ ଫିଙ୍ଗିଛନ୍ତି ଭଉଣୀ ଓ ପୁତୁରା । ଏଭଳି ଅଭାବନୀୟ ଘଟଣା…

ଘରେ ପଶି ଏସିଡ୍ ମାଡ଼ କଲେ ଦୁର୍ବୃତ୍ତ, ୨ ଶିଶୁଙ୍କ ସହ ୪ ଗୁରୁତର

ବାଲେଶ୍ୱର: ଗୋଟିଏ ପରିବାରର ୪ ଜଣଙ୍କ ଉପରକୁ ଏସିଡ୍ ଆକ୍ରମଣ ହୋଇଛି । ଏସିଡ୍ ଆକ୍ରମଣରେ ୨ ଜଣ ଶିଶୁଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୀମପୁର ଗାଁରେ । ତେବେ ଏସିଡ୍ ମାଡ଼ର କାରଣ ଏଯାବତ୍ ଜଣାପଡ଼ି ନାହିଁ । ସୋମବାର ମଧ୍ୟାହ୍ନରେ…

ଫ୍ଲିପକାର୍ଟ ଓ ଆମାଜନକୁ ମହିଳା କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ଅନଲାଇନରେ ଏସିଡ୍ ବିକ୍ରି ନିଷେଧ ରହିଛି । ତଥାପି ଇ କମର୍ସ ସଂସ୍ଥା ଅନଲାଇନରେ ଏହି ଜୀବନହାନି କାରକ ଏସିଡକୁ ବେଧଡ଼କ ବିକ୍ରି କରୁଛନ୍ତି । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ୍ ଛାତ୍ରୀଙ୍କ ଉପରେ ୩ ଯୁବକ ଏସିଡ୍ ଫିଙ୍ଗିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା କମିଶନ…

ଦିଲ୍ଲୀରେ ବିଚ୍ ରାସ୍ତାରେ ନାବାଳିକାଙ୍କୁ ଏସିଡ୍ ମାଡ଼, ଜଣେ ଅଟକ

ଦିଲ୍ଲୀ: ଦିଲ୍ଲୀରେ ଏସିଡ୍ ଆଟାକ୍ । ଦ୍ୱାରକାରେ ଏପରି ଜଘନ୍ୟ କାଣ୍ଡ ସାରା ଦେଶକୁ ପୁଣି ଥରେ ଦୋହଲାଇ ଦେଇଛି । ୧୭ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ । ବାଇକରେ ୨ ଜଣ ଯୁବକ ଆସି ନାବାଳିକା ଉପରକୁ ଏସିଡ୍ ଫୋପାଡି ପଳାଇଥିଲେ । ଏସିଡ ଆଖିରେ ପଶିଯିବାରୁ ଛାତ୍ରୀ ଜଣକ ଗୁରୁତର ଅଛନ୍ତି ।…

ମହିଳାଙ୍କ ଉପରକୁ ଏସିଡ ମାଡ଼

କଟକ: ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଉପରକୁ ଏସିଡ ମାଡ ହୋଇଛି ।  ଗୁରୁତର ମହିଳାଜଣକ ହେଲେ  ୩୬ ବର୍ଷୀୟା ରୀନା ସାହୁ । ଏସିଡ ଆକ୍ରମଣ କରିଥିବା ଦୁର୍ବୃତ୍ତ ତାଙ୍କ ଘରେ ଲୁଟପାଟ କରିଥିବା ଅଭିଯୋଗ ଆଣିଛନ୍ତି ରୀନା । ତାଙ୍କ…

ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣା: ଦୋଷୀଙ୍କୁ ୧୪ ବର୍ଷ ଜେଲ୍

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣାର ଜଗତସିଂହପୁର ମହିଳା କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା…

ଏସିଡ଼ ମାଡ଼ରେ ଦୁଇଜଣ ଯୁବକ ଗୁରୁତର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଗୁଲୁଣ୍ଡା ଗାଁରେ ଏସିଡ଼ ମାଡ଼ । ଗାଁର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏସିଡ଼ ଫିଙ୍ଗା ଫିଙ୍ଗି ହୋଇ ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଦୁଇଜଣ ହେଲେ ଗୁଲୁଣ୍ଡା ଗାଁର ବିକ୍ରମ ହରିପାଲ ଓ ବୃନ୍ଦାବନ ଛତ୍ରିଆ । ସୂଚନା ଅନୁସାରେ, କୌଣସି…

ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ: ଯୁବତୀଙ୍କ ଉପରେ ଫିଙ୍ଗିଲା ଏସିଡ୍

ଭୁବନେଶ୍ୱର: ପ୍ରେମରେ ବିଫଳ ହେବା ପରେ ପ୍ରେମିକର ନରକୀୟକାଣ୍ଡ । ଯୁବତୀଙ୍କ ଉପରେ ଫିଙ୍ଗିଲା ଏସିଡ୍ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଧୁଳି ଥାନା ଅନ୍ତର୍ଗତ ବାଲିଆପଡ଼ା ଗାଁରୁ । ତାଙ୍କ ଶରୀରର କିଛି ଅଂଶ ଜଳିଯାଇଛି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ୍…

[ଭିଡିଓ] ମହିଳାଙ୍କୁ ଏସିଡ୍ ମାଡ, କାରଣ ଅସ୍ପଷ୍ଟ !

ହରିୟାଣା: ରାସ୍ତାରେ ଯାଉଥିଲେ ଜଣେ ବିବାହିତ ମହିଳା । ହଠାତ୍ ଦୁଇ ଯୁବକ ବାଇକରେ ଆସି ଘଟାଇଥିଲେ ଅମାନୁଷିକ କାଣ୍ଡ । କିଛି ବୁଝିବା ପୂର୍ବରୁ ମହିଳାଙ୍କ ମୁହଁକୁ କରିଥିଲେ ଏସିଡ୍ ମାଡ୍ । କାରଣ ଅସ୍ପଷ୍ଟ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସିଡ୍ ମାଡର…