Latest Odisha News

BREAKING NEWS

ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ବାତ୍ୟା ସମ୍ପର୍କରେ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ୪ତାରିଖ ସନ୍ଧ୍ୟାରୁ ୫ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା ।

ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ । ସ୍ଥଳଭାଗ ନଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ ବାତ୍ୟା । ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦କିମି ପବନ ବହିପାରେ । ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ ରହିବ । ଆଜି ମଧ୍ୟରାତ୍ରରୁ ବର୍ଷା ଆରମ୍ଭ ହେବ, କାଲି ବେଶୀ ବର୍ଷା ଆସିବ ।

ଆସନ୍ତାକାଲି ଅପରାହ୍ନରୁ ପବନର ବେଗ ବଢ଼ିବାର ଆଶଙ୍କା କରିଛି ଆଇଏମଡ଼ି । ତେଣୁ ଆସନ୍ତାକାଲି ଅପରାହ୍ନରୁ ୫ତାରିଖ ସକାଳ ଯାଏ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଏହାସହ ବଜାରରେ ଖାଦ୍ୟଶସ୍ୟ ଯଥେଷ୍ଟ ମାତ୍ରାରେ ମହଜୁଦ ଅଛି । ତେଣୁ ବାତ୍ୟା ପାଇଁ ଅଯଥା ବଜାରରେ ଭିଡ଼ ନ କରି ଆବଶ୍ୟକତାଠୁ ଅଧିକ ଜିନିଷ ମହଜୁଦ ନକରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ଦୁଇଦିନ ପାଇଁ ପିଇବା ପାଣି ମହଜୁଦ ରଖିବାକୁ ଏସଆରସିଙ୍କ ନିର୍ଦ୍ଦେଶ । ମସ୍ତ୍ର୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଥିବା କଥା କହିଛନ୍ତି ଏସଆରସି । ଆସନ୍ତା ରବିବାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ଓ ସମସ୍ତେ ନିଜ ନିଜ ହେଡ଼ କ୍ୱାର୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.