Latest Odisha News

ଭୁମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କତ୍ରା ଠାରେ ଗୁରୁବାର ଦିନ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି।

ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୬ ମପା ଯାଇଥିଲା। ଆଜି ଦିନ ୨ଟା ୨ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ କତ୍ରା ଠାରୁ ୮୬କିମି. ଦୂର ପୂର୍ବ ଅଞ୍ଚଳରେ ଏହି ଭୁମିକମ୍ପ ଅନୁଭୂତ ହୋଇଥିଲା।

ସେହିପରି ଆଜି ଲଦାଖ ଅନ୍ତର୍ଗତ କାରଗିଲରେ ମଧ୍ୟ ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା। ବିଭାଗର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୫ ମପା ଯାଇଥିଲା।

ଆଜି ଦିନ ୧ଟା ୧୧ମି. ସମୟରେ କାରଗିଲ ଠାରୁ ୧୧୯ କିମି. ଦୂର ଉତ୍ତରଉତ୍ତରପଶ୍ଚିମ ଅଞ୍ଚଳରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା।

Leave A Reply

Your email address will not be published.