Latest Odisha News

BREAKING NEWS

ସାଂସଦ ଅପରାଜିତା ଷଡଙ୍ଗୀ ଦେଲେ ବାର୍ଷିକ ରିପୋର୍ଟ କାର୍ଡ

ଭୁବନେଶ୍ୱର: ସଂସଦୀୟ କ୍ଷେତ୍ର ଭୁବନେଶ୍ୱର ପାଇଁ ବାର୍ଷିକ ରିପୋର୍ଟ କାର୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ୫୬ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ସଂସଦୀୟ କ୍ଷେତ୍ରରେ ହୋଇଥିବା ସମସ୍ତ ବିକାଶ କାର୍ଯ୍ୟ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ, ସଂସଦୀୟ କ୍ଷେତ୍ରରେ ଜନସମ୍ପର୍କ, ସଂସଦରେ ଅଂଶଗ୍ରହଣ, ପ୍ରମୁଖ ପ୍ରକଳ୍ପ, କରୋନା ସହ ଲଢେଇ ଏବଂ ଦଳୀୟ କାର୍ଯ୍ୟକ୍ରମ ବାବଦରେ ମଧ୍ୟ ଉଲ୍ଲେଖ ରହିଛି ।

ଜନ ଅଭିଯୋଗ ଶୁଣାଣି ଓ ତାର ସମାଧାନ ପାଇଁ ସାଂସଦ ସର୍ବାଧିକ ଗୁରୁତ୍ୱ ଦେଇଥିବା ରିପୋର୍ଟରେ ରହିଛି । ଭରସା ନାମକ ଏକ ଲୋକକଲ୍ୟାଣ ପାଂଠି ଗଠନ କରି ୫୫୦୦ ଅସହାୟ ଲୋକଙ୍କୁ ୧୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ହଂସପାଳ ଫ୍ଲାଏ ଓଭର ଏବଂ ଭୁବନେଶ୍ୱର-ସୁରଟ ବିମାନ ସେବା ତାଙ୍କ ଉଦ୍ୟମରେ ହୋଇପାରିଛି । ସଂସଦୀୟ ଅଧିବେଶନରେ ଅପରାଜିତାଙ୍କ ଯୋଗଦାନ ୯୭ ପ୍ରତିଶତ ରହିଛି । ସଂସଦରେ ସେ ୧୦ଟି ବିତର୍କରେ ଅଂଶ ଗ୍ରହଣ କରିବା ସହ ୪୫ ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି ।

 

Leave A Reply

Your email address will not be published.