Latest Odisha News

BREAKING NEWS

ରାଜଧାନୀର ରୁଚିକା ନର୍ସିଂହୋମରେ ପଡିଲା ତାଲା

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ରୁଚିକା ନର୍ସିଂ ହୋମରେ ତାଲା ପଡିଛି । ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂ ହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢାଉ କରିଥିଲେ । ନର୍ସିଂ ହୋମ୍ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା । ଏହାପରେ ନର୍ସିଂ ହୋମକୁ ସିଲ୍ କରାଯାଇଛି । ନର୍ସିଂ ହୋମ ବାହାରେ କ୍ଲୋଜର ନୋଟିସ ବି ଲଗାଯାଇଛି ।

ବର୍ତ୍ତମାନ ନର୍ସିଂ ହୋମରେ ୨ ଜଣ ରୋଗୀ ଅଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ତେବେ ବିଏମସି ପକ୍ଷରୁ ସିଲ୍ କରାଯିବା ପରେ ଏଣିକି ନର୍ସିଂ ହୋମ ପକ୍ଷରୁ ଆଉ ନୂଆ ରୋଗୀ ନିଆଯାଇପାରିବ ନାହିଁ । ଯଦି ଏହାର ଉଲ୍ଲଂଘନ ହୁଏ ତେବେ ନର୍ସିଂ ହୋମ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.