Latest Odisha News

BREAKING NEWS

ଲାଞ୍ଚ କାରବାର ମାମଲାରେ, ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ

ଭୁବନେଶ୍ଵର: ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଝାରପଡ଼ା ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ । ସର୍ତ୍ତମୂଳକ ଜାମିନ୍ ପରେ ଗତକାଲି ଜେଲରୁ ବାହାରିଛନ୍ତି ଠିକାଦାର ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା, ଚଞ୍ଚଳ ମୁଖାର୍ଜୀ। ଗତକାଲି ଏହି ୩ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟ । ତେବେ ଦେଶ ବାହାରକୁ କିଛିଦିନ ପାଇଁ ନ ଯିବାକୁ ରହିଛି ସର୍ତ୍ତ ରଖିଛନ୍ତି କୋର୍ଟ।

ଏକ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଦୁଇ ଜଣ ଲେଖାଏଁ ଜାମିନଦାର ଆଧାରରେ ପ୍ରତ୍ୟେକଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି । ଯେଉଁଥିରେ ଦେଶ ବାହାରକୁ କିଛି ଦିନ ପାଇଁ ନ ଯିବା ପାଇଁ କୁହାଯାଇଛି । ଏଥି ସ‌ହ‌ ତଦନ୍ତକାରୀ ଟିମକୁ ସହଯୋଗ କରିବେ । ସେମାନଙ୍କ ବିନା ଅଗୋଚରରେ ବାହାରକୁ ଯିବେ ନାହିଁ । କାହାରିକୁ ପ୍ରଭାବିତ କରିବେ ନାହିଁ । କାହାକୁ ଭୟଭୀତ କରିବେ ନାହିଁ ବୋଲି କହଛନ୍ତି କୋର୍ଟ।

ଚଳିତ ମାସ ୭ ତାରିଖରେ ସିବିଆଇ ଏକ ଏଫଆଇଆର ରୁଜୁ କରିଥିଲା । ଯେଉଁଥିରେ ବ୍ରିଜ୍ ଆଣ୍ଡ ରୁଫ୍ ଇଣ୍ଡିଆ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କୁ ଗିରଫ କରିବା ସହ ନୟାପଲ୍ଲୀ ସ୍ଥିତ ପେଣ୍ଟା-ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିମିଟେଡର ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା । ସେହିପରି ଏହି ମାମଲାରେ ଠିକାଦାର ଦେବଦତ୍ତ ମହାପାତ୍ରକୁ ଗିରଫ କରିଥିଲା ସିବିଆଇ । ତେବେ ପ୍ରାଥମିକ ତଦନ୍ତ ପରେ ଉକ୍ତ ସଂସ୍ଥା ଆଇଏଏସ ବିଷ୍ଣୁପଦ ସେଠୀଙ୍କର ପରୋକ୍ଷରେ ଆର୍ଥିକ ଦେଣନେଣ ଥିବାର ପ୍ରମାଣ ପାଇଛି ।

Leave A Reply

Your email address will not be published.