Latest Odisha News

BREAKING NEWS

ଚିଟଫଣ୍ଡ ଦୁର୍ନୀତି ମାମଲା: ଇଡ଼ିରେ ହାଜର ହେଲେ ଓଲିଉଡ଼ ଷ୍ଟାର ଶ୍ରୀତମ ଦାସ

ଭୁବନେଶ୍ୱର : ଜଣାଶୁଣା ଓଲିଉଡ଼ ଷ୍ଟାର ଶ୍ରୀତମ ଦାସ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ହାଜର ହୋଇଛନ୍ତି ।

ଓଡ଼ିଆ ଚଳଚ୍ଚିତ୍ର ‘ତୁ ତାଆ ମୁଁ ଯାଉଛି ରୁଷି’ରେ ଓଡ଼ିଆ ଷ୍ଟାର ଶ୍ରୀତମ ଦାସ ଅଭିନୟ କରିଥିଲେ । ତେବେ ଏହି ଚଳଚ୍ଚିତ୍ରରେ ଚିଟଫଣ୍ଡ ଟଙ୍କା ଲାଗିଥିବା ନେଇ ଶ୍ରୀତମଙ୍କୁ ଇଡ଼ି ପୂର୍ବରୁ ସମନ ଜାରି କରିଥିଲା । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ତ୍ରିବେଣୀ ମହାନ୍ତି ।

ସୂଚନାଯୋଗ୍ୟ ଓଡ଼ିଆ ଚଳଚ୍ଚିତ୍ର ‘ତୁ ତାଆ ମୁଁ ଯାଉଛି ରୁଷି’ରେ ଶ୍ରୀତମ ଦାସ ନିଜେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ୨୦୧୦ ମସିହାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ଚିଟଫଣ୍ଡ ଟଙ୍କା ଲାଗିଥିବାର ଇଡି ତଦନ୍ତରେ ଜାଣିପାରିଥିଲା ।

ତେବେ ଇଡ଼ି ନିଶ୍ଚିତ ଭାବେ ଶ୍ରୀତମଙ୍କୁ ଏହି ଚଳଚ୍ଚିତ୍ରରେ ପୁଞ୍ଜି ଖଟାଇଥିବା କେଉଁ ଚିଟଫଣ୍ଡ କମ୍ପାନୀ ତଥା କେତେ ପରିମାଣର ପୁଞ୍ଜି ଏହି ଚଳଚ୍ଚିତ୍ରରେ ବ୍ୟବହାର ହୋଇଛି ତାହା ନେଇ ପଚରାଉଚରା କରିପାରେ ।

ପୂର୍ବରୁ ଟଙ୍କା ହେରଫେର ମାମଲାରେ ଏହି ଚଳଚ୍ଚିତ୍ରର ପ୍ରଯୋଜିକା ତ୍ରିବେଣୀ ମହାନ୍ତିଙ୍କ ନାମରେ ମାମଲା ରହିଛି । ତେବେ ୨୦୧୧ ମସିହାରୁ ତ୍ରିବେଣୀ ଫେରାର ରହିଛନ୍ତି ।

Leave A Reply

Your email address will not be published.