Latest Odisha News

BREAKING NEWS

ରାଜ୍ୟପାଳଙ୍କ ପାଇଁ ୩ ପରାମର୍ଶଦାତା ନିଯୁକ୍ତ 

ଭୁବନେଶ୍ଵର; ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟପାଳ ରଘୁବର ଦାସଙ୍କ ପାଇଁ ପରାମର୍ଶଦାତା ଭାବେ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଉଛନ୍ତି, ଅବରସରପ୍ରାପ୍ତ ଆଇଏଏସ୍ ଅଫିସର ସନ୍ତୋଷ କୁମାର ଶତପଥୀ, ପ୍ରଫେସର ଡାକ୍ତର ଶୁକ୍ଳା ମହାନ୍ତି ଓ ଶ୍ରୀ ସୁବ୍ରତ କୁମାର ମହାନ୍ତି। 

 

ସେଥିରେ ଶ୍ରୀ ଶତପଥୀଙ୍କୁ ଆଦିବାସୀ ଓ ସାଧାରଣ ବ୍ୟାପାରର ମୁଖ୍ୟ ପରାର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ  ପ୍ରେଫସର ଡାକ୍ତର ମହାନ୍ତିଙ୍କୁ ଶୈକ୍ଷିକ ବ୍ୟାପାର ଏବଂ ଶ୍ରୀ ମହାନ୍ତିଙ୍କୁ ଗଣମାଧ୍ୟମ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟାପାର ସମ୍ପର୍କିତ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.