Latest Odisha News

BREAKING NEWS

ମହିଳାଙ୍କ କୁମ୍ଭ ସ୍ନାନ ଭିଡିଓ ବିକ୍ରି ମାମଲା: ୩ ଗିରଫ

ଅହମଦାବାଦ: ମହିଳାଙ୍କ କୁମ୍ଭ ସ୍ନାନ ଭିଡିଓ ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହେଲେ ୩ ଅଭିଯୁକ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି ପ୍ରୟାଗରାଜରୁ । ବର୍ତ୍ତମାନ ଅନୁଷ୍ଠିତ ହେଉଥିବା ମହାକୁମ୍ଭରେ ସ୍ନାନ କରିଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଅନଲାଇନରେ ବିକ୍ରି କରୁଥିଲେ ଏହି ଅଭିଯୁକ୍ତ ।

ଏହି ଖବର ସାମ୍ନା ସାମ୍ନାକୁ ଆସିବା ପରେ ୩ ଜଣଙ୍କୁ ଅହମଦାବାଦ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦ୍ର ପ୍ରକାଶ ଫୁଲଚନ୍ଦ, ପ୍ରଜ୍ୱଲ ଅଶୋକ ତେଲି ଓ ପ୍ରଜ ରାଜେନ୍ଦ୍ର ପାଟିଲ । ଏମାନେ କୁମ୍ଭରେ ଗାଧୋଉଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବ୍ ଓ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ବିକୁଥିଲେ ।

ପୋଲିସ ଏହି ମାମଲାର ଅଧିକ ଯାଞ୍ଚ କରୁଛି । ଏହି ଅଶ୍ଲୀଳ ଭିଡିଓ କାରବାରରେ ଆହୁରି ଅନେକ ଲୋକେ ସାମିଲ ଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ଏହି ଘଟଣା ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଘେରିଥିଲେ । ସେ କହିଥିଲେ ମହାକୁମ୍ଭ ଭଳି ଧାର୍ମିକ ଆୟୋଜନରେ ମହିଳାଙ୍କ ସମ୍ମାନ ସହିତ ଖେଳ ଅତ୍ୟନ୍ତ ନିନ୍ଦନୀୟ । ଏଣୁ ସେ ସରକାରଙ୍କ ନିକଟରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

Comments are closed.