Latest Odisha News

BREAKING NEWS

ଟ୍ରମ୍ପଙ୍କ ବୟାନକୁ ନେଇ କେନ୍ଦ୍ରରେ ହଇଚଇ ସୃଷ୍ଟି; ପୂର୍ବ ଆମେରିକା ସରକାର ଭାରତ ନିର୍ବାଚନରେ କରିଥିଲା ହସ୍ତକ୍ଷେପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିସ୍ଫୋରକ ବୟାନ। ଟ୍ରମ୍ପ ପୂର୍ବ ଆମେରିକା ସରକାର ଜୋ ବାଇଡେନଙ୍କ ପ୍ରଶାସନ ବିରୋଧରେ ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଅଭିଯୋଗ ଆଣିଛନ୍ତି । ଭାରତରେ କ୍ଷମତାରେ ଥିବା ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଅନୁଦାନ ବ୍ୟବହାର ହୋଇଥିଲା ବୋଲି ଟ୍ରମ୍ପ ବୟାନ ଦେଇଛନ୍ତି । ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ଦେଇଥିବା ବିବୃତ୍ତି ଉପରେ କେନ୍ଦ୍ର ଗୁରୁତର ଉଦବେଗ ପ୍ରକାଶ କରିଛି । ଟ୍ରମ୍ପଙ୍କ କହିବାଅନୁସାରେ, ଯୁକ୍ତରାଷ୍ଟ୍ରଆମେରିକାର ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (USAID) ‘ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା’ ଉଦ୍ଦେଶ୍ୟରେ ଭାରତକୁ ୨୧ମିଲିୟନ ଡଲାର ପାଣ୍ଠି ପଠାଇଛି।

ତେବେ ଏନେଇ ଶୁକ୍ରବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ଆମେରିକାର ପ୍ରଶାସନ ଦ୍ବାରା ଆମେରିକାର କିଛି କାର୍ଯ୍ୟକଳାପ ଏବଂ ପାଣ୍ଠି ବିଷୟରେ ସୂଚନା ଆମେ ଦେଖିଛୁ। ଏହା ସମ୍ପୂର୍ଣ୍ଣ ଭାବରେ ଚିନ୍ତାଜନକ । ଏହା ଭାରତର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ହସ୍ତକ୍ଷେପକୁ ନେଇ ଚିନ୍ତା ସୃଷ୍ଟି ହୋଇଛି । ସମ୍ପୃକ୍ତ ବିଭାଗ ଏବଂ ଏଜେନ୍ସିମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ଏହି ସମୟରେ ସାର୍ବଜନିକ ଟିପ୍ପଣୀ ଦେବା ଠିକ୍ ନୁହେଁ, ଏହାକୁ ନେଇ ସମ୍ପୃକ୍ତ ଅଧିକାରୀ ଏହାକୁ ବିଚାର କରୁଛନ୍ତି ଓ ଏବଂ ଆଶା କରାଯାଉଛି ଏହା ପରେ ଆମେ କିଛି ଅପଡେଟ ଦେଇପାରିବୁ ।

ସୂଚନାଥାଉକି, ରିପବ୍ଲିକାନ ଗଭର୍ଣ୍ଣର୍ସ ଆସୋସିଏସନ କାର୍ଯ୍ୟକ୍ରମରେ ଟ୍ରମ୍ପ ବକ୍ତବ୍ୟ ଦେଇ କହିଛନ୍ତି, ବାଇଡେନ ପ୍ରଶାସନ ଭାରତର ର୍ନିବାଚନରେ ହସ୍ତକ୍ଷେପ କରୁଥିଲେ। ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ, ଟେସଲାର ସିଇଓ ଏଲୋନ ମସ୍କ ମଧ୍ୟ ଏହି ପାଣ୍ଠି ଉପରେ ପ୍ରଶ୍ନ ଉଠାଇଛନ୍ତି।

ମିଆମିରେ ଭାଷଣ ସମୟରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଭାରତରେ ମତଦାନ ପାଇଁ ଆମେ କାହିଁକି ୨୧ ନିୟୁତ ଡଲାର ଖର୍ଚ୍ଚ କରିବୁ? ମୁଁ ଭାବୁଛି ସେମାନେ (ବାଇଡେନ୍ ପ୍ରଶାସନ) ନରେନ୍ଦ୍ର ମୋଦୀଙ୍କ ବଦଳରେ ଅନ୍ୟ କାହାକୁ ନିର୍ବାଚିତ କରିବାକୁ ଚେଷ୍ଟା କରୁଥିଲେ।

Comments are closed.