Latest Odisha News

ନିର୍ବାଚନ ବେଳେ ଚେକିଂ ବାହାନାରେ ପୋଲିସର ପରିଚୟ ଦେଇ ଲୁଟ୍ ଅଭିଯୋଗ, ୩ ଗିରଫ

କଟକ: ନିର୍ବାଚନ ପାଇଁ ଚାରିଆଡେ ଚେକିଂ ଚାଲିଥିବା ବେଳେ ଏହି ମୈାକାରେ ନିଜକୁ ପୁଲିସର ପରିଚୟ ଦେଇ ଠକେଇ କରିବା ଅଭିଯୋଗରେ କଟକ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, କଟକ ବାଦାମବାଡ଼ି ଅଞ୍ଚଳର ଦୁଇଟି ସ୍ଥାନରୁ ୩ ଜଣ ସୁନା ଅଳଙ୍କାର ଓ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି।

ଠକେଇର ଶିକାର ବ୍ୟକ୍ତିଙ୍କ ଠାରୁ ଅଭିଯୋଗ ପାଇବା ପରେ କମିସନରେଟ୍ ପୁଲିସ ଏହି ତିନି ଜଣଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ତଦନ୍ତ ପରେ ସ୍ପେଶାଲ ଟିମ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ଦୁଇଟି ବାଇକ୍ ମଧ୍ୟ ଜବତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରୁ ୨ ଲକ୍ଷ ୭୩ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଏହି ତିନି ଜଣ ଆନ୍ତଃରାଜ୍ୟ ନେଟୱର୍କ ଥିବା କୁଖ୍ୟାତ ‘ଇରାନୀ ଗ୍ୟାଙ୍ଗ୍’ର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ରରୁ ଆସିଥିବା ବେଳେ ଅନ୍ୟ ଜଣେ ମଧ୍ୟପ୍ରଦେଶରୁ ଆସିଥିଲେ। ଏହି ତିନି ଜଣଙ୍କ ବିରୋଧରେ ଅତି କମରେ ୧୪ଟି ମାମଲା ରହିଛି। ଅଧିକ ତଦନ୍ତ ଜାରି ରହିଛି ଏବଂ ପୋଲିସର ଏକ ଟିମ୍ ମହାରାଷ୍ଟ୍ର ଗସ୍ତ କରିବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.