ଭୁବନେଶ୍ୱର: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ ହେଲେ ୩ଜଣ । ମଞ୍ଚେଶ୍ୱର ଥାନା ପୋଲିସ ଏନେଇ ସ୍ପଷ୍ଟୀକରଣ ଦେଇଛି । ୧୧ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଦୀପକ ବାର୍ଥ ଡେ ପାର୍ଟି ଆୟୋଜନ କରିଥିଲେ । ଅତ୍ୟଧିକ ମାତ୍ରାରେ ହୋ-ହଲ୍ଲା ହେଉଥିବାରୁ ମହିଳା ଜଣକ ମନା କରିବାକୁ ଯାଇଥିଲେ । ପୀଡ଼ିତାଙ୍କ ସ୍ୱାମୀ ଘରେ ଅନୁପସ୍ଥିତ ଥିଲେ ।
ସେହି ସମୟରେ ଅଭିଯୁକ୍ତ ମାଲିଙ୍ଗ, ଦୀପକ ଏବଂ ସ୍ଵାଧୀନ ପିଡ଼ିତାଙ୍କ ହାତକୁ ଧରି ଘର ଭିତରକୁ ଟାଣି ନେଇଥିଲେ । ପିଡ଼ିତାଙ୍କୁ ବିବସ୍ତ୍ର କରିବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ପୀଡ଼ିତା ଏନେଇ ଚିତ୍କାର କରିବାରୁ କିଛି ପଡୋଶୀ ସେମାନଙ୍କ ନିକଟକୁ ଆସି ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଥିଲେ । ଏହାପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ।
ପୀଡ଼ିତା ଏବଂ ତାଙ୍କର ସ୍ୱାମୀ ମଞ୍ଚେଶ୍ଵର ଥାନାରେ ଅଭିଯୁକ୍ତ ଦିପକ ଓ ସାଙ୍ଗ ମାନେ କୀଟୁ, ରାହୁଲ, ସୁରେଶ, ରୋହଣ ଗୋପେ, ଅମିତ ନାୟକ, ବିଶାଳ ପାତ୍ର, ବିବେକ ପାତ୍ର, ଏବଂ ସୁନିଲ ସାହୁଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ମଞ୍ଚେଶ୍ଵର ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତମାନେ ନିଜର ଦୋଷ ସ୍ଵୀକାର କରିଥିବାରୁ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Comments are closed.