Latest Odisha News

BREAKING NEWS

ରାଜଧାନୀରେ ଚୋରା ବନ୍ଧୁକ ଡିଲ୍ ବେଳେ ୩ଜଣଙ୍କୁ ବାନ୍ଧିଲା ଏସଟିଏଫ୍, ବେପାରୀ ଫେରାର୍

ଭୁବନେଶ୍ୱର: ରାଜଧାନୀରେ ଚାଲିଥିଲା ଚୋରା ବନ୍ଧୁକ ବିକ୍ରି ନେଇ ଡିଲ୍ । ହଠାତ ପହଞ୍ଚିଗଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ୩ଜଣଙ୍କୁ ଧରିଛି । ଏମାନଙ୍କ ଭିତରେ ଅଛନ୍ତି ୨ ଜଣ ପୁରୁଷ ଓ ଜଣେ ମହିଳା ।

ଭୁବନେଶ୍ୱର କଳ୍ପନା ସ୍କୋୟାରରୁ ସେମାନଙ୍କୁ ଏସଟିଏଫ୍ ଓ ବଡ଼ଗଡ଼ ପୋଲିସ ଗିରଫ କରିଛି । ୪୫ ହଜାର ଟଙ୍କାରେ ବନ୍ଧୁକ ବିକ୍ରି ନେଇ ଡିଲ୍ ହେଉଥିଲା । ଘଟଣାସ୍ଥଳରୁ ଚମ୍ପଟ ମାରିଛି ବନ୍ଧୁକ ବିକ୍ରି କରିବାକୁ ଆସିଥିବା ବେପାରୀ ।

ପୋଲିସ ଘଟଣାସ୍ଥଳରୁ ଜବତ କରିଛି ୯ ଏମଏମ ପିସ୍ତଲ, ୪ରାଉଣ୍ଡ ଗୁଳି ସହ ସ୍କର୍ପିଓ ଗାଡ଼ି । ଚୋରା ବନ୍ଧୁକ କାରବାର ସମ୍ପର୍କରେ ପୋଲିସ ଅଧିକ ତଥ୍ୟ ଯୋଗାଡ଼ କରୁଛି । ଅଭିଯୁକ୍ତଙ୍କୁ ପଚରାଉଚରା ଚଳାଇଛି ଏସଟିଏଫ ।

Leave A Reply

Your email address will not be published.