Latest Odisha News

BREAKING NEWS

ଆଜିଠୁ ଏହି ଜିଲ୍ଲାର ରାସ୍ତାକଡ଼ରେ ୧୫ ଦିନ ମିଳିବନି ଫାଷ୍ଟଫୁଡ୍

ଝାରସୁଗୁଡ଼ା: କରୋନା ସଂକ୍ରମଣ ରୋକିବାକୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ । ଆଜିଠୁ ୧୫ ଦିନ ଜିଲ୍ଲାରେ ବନ୍ଦ ରହିବ ରାସ୍ତାକଡ଼ରେ ଫାଷ୍ଟଫୁଡ୍ ଦୋକାନ । ଏଥିପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଦୋକାନୀଙ୍କୁ ଜିଲ୍ଲା ପ୍ରଶାସନ କ୍ଷତିପୂରଣ ଦେବ । ପ୍ରତି ବେପାରୀଙ୍କୁ ୨୫ ଶହ ଟଙ୍କା ଲେଖାଏ ଦିଆଯିବ। ନିର୍ଦ୍ଦେଶର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଜରିମାନା ସହ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ଝାରସୁଗୁଡ଼ା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଆଜି ସୁଦ୍ଧା ଜିଲ୍ଲାରେ ପଜିଟିଭ୍ କେସ୍ ରହିଛି ୩ ହଜାର ୯୧୦ । ୨ ହଜାର ୯୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୯୮୨ ।

Leave A Reply

Your email address will not be published.