Latest Odisha News

BREAKING NEWS

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା, ବିଜେପିର ୩ ବିଧାୟକ ସସପେଣ୍ଡ

ଭୁବନେଶ୍ବର : ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବିଜେପିର ୩ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଚଳିତ ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ନିଲମ୍ବିତ କରାଯାଇଛି । ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି ।

ବିଧାନସଭାରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଥିଲେ ବିରୋଧୀ ବିଜେପି ବିଧାୟକ । ବାଚସ୍ପତି ମୁଲତବି ପ୍ରସ୍ତାବ ଗ୍ରହଣ ନ କରିବା ଓ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନଦେବାରୁ ବିଜେପି ବିଧାୟକ ଏପରି ଅଶୋଭନୀୟ ଆଚରଣ ଦେଖାଇଛନ୍ତି । ବିଜେପି ବିଧାୟକ ଚପଲ, ଇୟର ଫୋନ୍, କଲମ ଫୋପାଡିଥିଲେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଭିଡିଓ କ୍ଲିପିଂ ଦେଖିବା ପରେ ବିଜେପିର ୩ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Comments are closed.