ବ୍ରହ୍ମପୁର: ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସଓଡିଏଲ୍)ର ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ତାଜା ସୂଚନା ମିଳିବା ସୁଦ୍ଧା ତାଙ୍କ ପାଖରେ ୯ଟି ପ୍ଲଟ୍, ଗୋଟିଏ ଫାର୍ମ ହାଉସ, ଗୋଟିଏ ଫ୍ଲାଟ୍, ୩ଟି ବହୁତାଳ କୋଠା ସହିତ ଅମାପ ସମ୍ପତ୍ତି ମିଳିଛି।
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ପୁରୀ ଏବଂ ଗଞ୍ଜାମ ଜିଲାର ୧୦ଟି ସ୍ଥାନରେ ଚଢ଼ଉ ଚାଲିଛି। ଚଢ଼ଉରେ ଜଣେ ଅତିରିକ୍ତ ଏସପି, ୩ଜଣ ଡିଏସପି, ୧୨ଜଣ ଇନ୍ସପେକ୍ଟର ଏବଂ ୧୨ଜଣ ଏସଆଇ ଏବଂ ଏଏସଆଇ ସାମିଲ ହୋଇଛନ୍ତି। ତାଙ୍କ ପାଖରୁ ବ୍ରହ୍ମପୁର ସିଦ୍ଧାର୍ଥ ନଗର ପ୍ରଥମ ଲେନରେ ୨୪୯୦ ବର୍ଗଫୁଟର ଗୋଟିଏ ତିନି ମହଲା କୋଠା, ଗୋପାଳପୁର ନିକଟସ୍ଥ ହରିପୁରରେ ୨୪ଶହ ବର୍ଗଫୁଟର ଗୋଟିଏ ଦୁଇ ମହଲା କୋଠା, ବ୍ରହ୍ମପୁର ଆଙ୍କୁଲିର ଶଶିଭୂଷଣ ନଗର ତୃତୀୟ ଲେନରେ ଗୋଟିଏ ଦୁଇ ମହମଲା କୋଠା, ପୁରୀର ପିପିଲି ଟୋଲଗେଟ୍ ପାଖରେ ଗୋଟିଏ ପ୍ଲଟ୍ ଏବଂ ବ୍ରହ୍ମପୁର ସହର ଉପକଣ୍ଠ ଗଉଞ୍ଜୁରେ ୧ଏକର ୦୫ ଡିସିମଲର ଗୋଟିଏ ଫାର୍ମ ହାଉସ ମିଳିଛି। ଏଥି ସହିତ ୯ଟି ପ୍ଲଟ୍ ବ୍ରହ୍ମପୁର ଏବଂ ଛତ୍ରପୁର ସହର ଆଖାପାଖରେ ମିଳିଛି। ଏତଦ୍ ବ୍ୟତିତ ତାଙ୍କ ପାଖରୁ ୫୫ହଜାର ଟଙ୍କାର ନଗଦ, ଗୋଟିଏ ଚାରି ଚକିଆ କାର୍, ଗୋଟିଏ ତିନି ଚକିଆ ଯାନ, ୩ଟି ଦୁଇ ଚକିଆ ଯାନ ଏବଂ ବ୍ୟାଙ୍କ ଓ ବୀମାରେ ଅନେକ ଟଙ୍କା ଜମା ହୋଇଛି। ତଦନ୍ତ ଚାଲିଥିବା ଯୋଗୁ ମୋଟ ସମ୍ପତ୍ତିର ଆକଳନ ଜାରି ରହିଥିବା ଭିଜିଲାନ୍ସ ତରଫରୁ ସୂଚନା ମିଳିଛି।
BREAKING NEWS
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ
- Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଦେବେ ଯୋଗ
- ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ ମୂର୍ତ୍ତି
- ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ଉଦ୍ବେଗ
- ଭୁବନେଶ୍ୱରରୁ ନିଖୋଜ ୩ ନାବାଳକଙ୍କ ପତ୍ତା ମିଳିଲା
- Balijatra 2026:ଉପର ବାଲିଯାତ୍ରା ପଡିଆରେ ଖୋଲିବ ୫୯୧ ଷ୍ଟଲ୍; ରହିବ ଦହିବରା ହାଟ

Comments are closed.