Latest Odisha News

BREAKING NEWS

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳାର ସହିତ ପୁରୀରେ ପାଳିତ ହୋଇଯାଇଛି । ଚଳିତ ଥର ଲାଗି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସେବାୟତ ମାନଙ୍କ ଦ୍ୱାରା ସମସ୍ତ ପ୍ରକାର ପାରମ୍ପରିକ ନୀତି ଅନୁଷ୍ଠିତ ହୋଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏଥର ରଥଟଣା ଦିନ ୪ଟା ରେ ଟଣାଯିବାର ଥିଲା ମାତ୍ର ଦିନ ୨:୧୫ରେ ରଥଟଣା ଗଲା । ରଥରେ ବସିବା ଲାଗି ପହଣ୍ଡିରେ ଯେପରି ମହାପ୍ରଭୁ ଝପଟି ଆସୁଥିଲେ, ଲାଗୁଥିଲା ମହାପ୍ରଭୁ ରଥରେ ଯାତ୍ରା କରିବାକୁ ବେଶ୍ ଉଚ୍ଛନ୍ନ ହୋଇପଡ଼ିଲେଣି । ଏହି ୩ ରଥ ସନ୍ଧ୍ୟା ସମୟରେ ଶରଧାବାଲିରେ ପହଞ୍ଚିଥିବା ନେଇ ଜଣାପଡିଛି ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ତାଙ୍କର ଅନୁଗାମୀଙ୍କ ସହିତ ରଥ ଉପରେ ତାଙ୍କର ପୂଜାକାର୍ଯ୍ୟ କରିଥିଲେ । ପରେପରେ ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରା ପହଁରା ସମାପ୍ତ ହୋଇଥିଲା ।

ରଥରୁ ଚାରମାଳ କଢାଯିବା ପରେ ଶ୍ରୀବଳଭଦ୍ରଙ୍କ ରଥଟଣା ଯାଇଥିଲା । ପରବର୍ତ୍ତୀ ସମୟରେ ଦେବୀ ସୁଭଦ୍ର ଓ କାଳିଆ ଠାକୁରଙ୍କ ରଥକୁ ଅତ୍ୟନ୍ତ ଭାବବିହ୍ୱଳ ସହ ଶ୍ରଦ୍ଧାଳୁମାନେ ଟାଣିନେଇଥିଲେ ।

ତେବେ ଆଜି ରଥରେ ବିଜେ କରିବେ ଚତୁର୍ଦ୍ଧା ମୂରତୀ । ଆସନ୍ତାକାଲି ସକାଳେ ପହଣ୍ଡି ହୋଇ ଆଡ଼ପମଣ୍ଡପରେ ଶ୍ରୀଜୀଉମାନେ ବିଜେ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.