ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।
ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ କରୋନା ଯୋଦ୍ଧା,୨ ସ୍ଥାନୀୟ ମାମଲା, ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ଅନ୍ୟ ୩ ବ୍ୟକ୍ତି ବୋଲି ଜଣାପଡିଛି।
ଆହୁରି ମଧ୍ୟ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।
ଅଧିକ ପଢନ୍ତୁ- ରାଜ୍ୟରେ ୪୯୪ ନୂଆ ପଜିଟିଭ, ୧୫ ହଜାର ପାର କଲା କରୋନା କେସ୍
ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ୭୫୦ କରୋନା ମାମଲା ରହିଥିବା ବେଳେ ୫୩୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ୨୧୦ଟି କରୋନା ସକ୍ରିୟ ମାମଲା ଥିବା ସହ ଜଣଙ୍କର ମୃତ୍ୟୁ ଘଟିଛି।
ଅଧିକ ପଢନ୍ତୁ- ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
Comments are closed.