Latest Odisha News

BREAKING NEWS

ଜମ୍ମୁ କଶ୍ମୀର ଓ ଲଦାଖର ଫରଓ୍ୱାର୍ଡ ଏରିଆ ଗସ୍ତ କରିବେ ରାଜନାଥ

ନୂଆଦିଲ୍ଲୀ: ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ଓ ୧୮ ତାରିଖରେ ଜମ୍ମୁ କଶ୍ମୀର ଓ ଲଦାଖର ଫରଓ୍ୱାର୍ଡ ଏରିଆ ପରିଦର୍ଶନ କରିବେ । ତାଙ୍କ ସହ ଯିବେ ସ୍ଥଳସେନା ମୁଖ୍ୟ ଏମ. ଏମ. ନର୍ଭାଣେ । ଇଷ୍ଟର୍ଣ୍ଣ ଲଦାଖଲରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ରାଜନାଥ ସିଂହ ।

ଜୁନ୍ ୧୫ ତାରିଖରେ ଗଲଓ୍ୱାନ ଘାଟିରେ ଭାରତ-ଚୀନ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଲଦାଖକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ । ଏହି ସମୟରେ ରାଜନାଥ ଅଟ୍ଟଳ ଟନେଲ୍ ଯିବାର କାର୍ଯ୍ୟକ୍ରମ ରହିଛି ।

ସୀମାରେ ଶାନ୍ତି ଫେରାଇ ଆଣିବା ଓ ଗଲଓ୍ୱାନ ସଂଘର୍ଷ ଭଳି ଘଟଣା ଯେଭଳି ପୁନରାବୃତ୍ତି ନହୁଏ ସେନେଇ ଚାରିଟି ପର୍ଯ୍ୟାୟରେ ଭାରତ-ଚୀନ କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି । ଏହାପୂର୍ବରୁ ଲେହ ଯାଇ ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଏବେ ପ୍ରତିରକ୍ଷା ମନ୍ତ୍ରୀ ଯାଉଛନ୍ତି ।

Leave A Reply

Your email address will not be published.