Latest Odisha News

BREAKING NEWS

ରେଳ ଲାଇନ୍ ପାର ବେଳେ ଧକ୍କା ଦେଲା ଟ୍ରେନ୍, ୩ ମୃତ

ବ୍ରହ୍ମପୁର: ଧକ୍କା ଦେଲା ଟ୍ରେନ୍ । ଲେଭଲ୍ କ୍ରସିଂ ପାର ବେଳେ ଦୁର୍ଘଟଣା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରହ୍ମପୁରର ହଳଦିଆପଦର ଲେଭଲ୍ କ୍ରସିଂରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ ।

ବିଶାଖା-ଟାଟନଗର ଟ୍ରେନ୍ ଧକ୍କାରେ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡିଛି । ତେବେ ସେମାନଙ୍କର ପରିଚୟ ମିଳିପାରିନାହିଁ ।

ଲୋକଙ୍କ କହିବା ଅନୁସାରେ, ଗତକାଲି ରାତି ୧୧ଟାରୁ ୧୨ଟା ଭିତରେ କିଛି ଶ୍ରମିକ ଶ୍ରେଣୀର ଲୋକ ଜିନିଷପତ୍ର ଧରି ରେଳ ଲାଇନରେ ଯାଉଥିଲେ । ଲେଭଲ୍ କ୍ରସିଂ ପାରି ହେବା ବେଳେ ପଛରୁ ଟ୍ରେନ୍ ଆସୁଥିବା ଜାଣି ପାରିନଥିଲେ  ।

ଦ୍ରୁତଗତିରେ ଆସୁଥିବା ବିଶାଖା-ଟାଟନଗର ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଜିଆରପି । ସେମାନଙ୍କ ପରିଚୟ ଖୋଜିବା ସହ ଅଧିକ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.