Latest Odisha News

କମୁଛି କରୋନା କାୟା: ଓଡ଼ିଶାରେ ୧% ତଳକୁ ଖସିଲା ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନାର ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୬୪ହଜାର ୯୯୧ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୬୦୯ ଆକ୍ରାନ୍ତ । ଏମାନଙ୍କ ଭିତରେ ୯୭ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୩୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୫ଟି  । ଆଜି ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯ ପଜିଟିଭ ବାହାରିଛନ୍ତି । ବାକି ୨୫ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୪ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ାରୁ କେହି ସଂକ୍ରମିତ ହୋଇ ନାହାନ୍ତି  । ରାଜ୍ୟରେ ପଜିଟିଭ୍ ହାର ୧ ପ୍ରତିଶତ ତଳକୁ ଖସିଛି । ସଂକ୍ରମଣ ହାର ରହିଛି ୦.୯୩ ପ୍ରତିଶତ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୭ହଜାର ୧୧୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୯୧ହଜାର ୬୩୦ ଆକ୍ରାନ୍ତ । ଏବେ ରାଜ୍ୟରେ ୭ହଜାର ୫୨୮ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.