Latest Odisha News

BREAKING NEWS

‘ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ ୩ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭାରତର ପ୍ରାଚୀନ ପରମ୍ପରା ଓ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ବାୟୁ ପ୍ରଦୂଷଣର ମୁକାବିଲା କରିବା ନିମନ୍ତେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଶୁକ୍ରବାର ଆହ୍ୱାନ ଦେଇଛନ୍ତି । ‘ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତଥା କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ସୋଆ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ୩ ଦିନିଆ ଜାତୀୟ ସମ୍ମିଳନୀ । ଏଥିରେ ଉଦବୋଧନ ଦେଇ ଶ୍ରୀ ଚୌବେ କହିଥିଲେ, ଏହି ସମସ୍ୟାର ମୁକାବିଲା ପାଇଁ ଜୀବନକୁ ବଜାୟ ରଖି ସମୃଦ୍ଧ କରିବାରେ ପଞ୍ଚମହାଭୂତ ବା ୫ଟି ମୌଳିକ ଉପାଦାନର ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ।

ଭାରତର ପ୍ରାଚୀନ ସଭ୍ୟତା ଜ୍ଞାନର ଶିଖର ଛୁଇଁଥିଲା ଏବଂ ସେତେବେଳେ ମନୁଷ୍ୟ ପୃଥିବୀ ଓ ପରିବେଶ ସହିତ ଖାପ ଖୁଆଇ ଚଳିପାରୁଥିଲା । ଏବେ ସେହି ଜ୍ଞାନର ଗୁରୁତ୍ୱକୁ ପୁଣି ଥରେ ଆବିଷ୍କାର କରି ଏହାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଶ୍ରୀ ଚୌବେ ସମ୍ମିଳନୀର ବୈଷୟିକ ଅଧିବେଶନଗୁଡ଼ିକରେ ବାୟୁର ଗୁଣବତା ରକ୍ଷା କରିବା ନିମନ୍ତେ ଆଲୋଚିତ ପ୍ରସଙ୍ଗଗୁଡ଼ିକୁ ନେଇ ସନ୍ତୋଷ ପ୍ରକଟ କରିବା ସହ ଶିଳ୍ପ ଜନିତ ବାୟୁ ପ୍ରଦୁଷଣ ଓ ଜଳବାୟୁ ପରିବର୍ତନ ଫଳରେ କୃଷି ଉପରେ ଏହାର ନକାରାତ୍ମକ ପ୍ରଭାବ ବିଷୟରେ ମତ ରଖିଥିଲେ ।

ସେ କହିଥିଲେ ଯେ ବାୟୁ ପ୍ରଦୁଷଣକୁ ମୁକାବିଲା କରିବା ନିମନ୍ତେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ମଧ୍ୟରେ ନ୍ୟାସ୍‌ନାଲ୍ କ୍ଲିନ୍ ଏୟାର ପ୍ରୋଗ୍ରାମ ଅନ୍ୟତମ । ଏହି ସମ୍ମିଳନୀ ଏହି ସମସ୍ତ ଉଦ୍ୟମକୁ ଅଧିକ ପ୍ରଭାବୀ କରିବା ନିମନ୍ତେ ଆଲୋଚନା ମାଧ୍ୟମରେ ପଦକ୍ଷେପ ନେଇଛି । ପରିବେଶକୁ ଗୁରତ୍ୱର ସହ ସୁରକ୍ଷା ପ୍ରଦାନ କରିବା ବ୍ୟତୀତ ଆମର ସଂସ୍କୃତିକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ ।

ଶ୍ରୀ ଚୌବେ କହିଥିଲେ ଯେ ଦେଶର ଯୁବ ସମାଜ ନିମନ୍ତେ ଦେଶର ଭବିଷ୍ୟତକୁ ଗଢ଼ି ତୋଳିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ପ୍ରକାର ସମ୍ମିଳନୀ ସରକାରଙ୍କ ଉଦ୍ୟମକୁ ବଳିଷ୍ଠ କରିବା ସହ ଯୁବ ସମାଜକୁ ଏହି ପ୍ରସଙ୍ଗରେ ନିଜର ମତ ରଖିବା ନିମନ୍ତେ ଏକ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

Leave A Reply

Your email address will not be published.