Latest Odisha News

BREAKING NEWS

ଓଡ଼ିଶା ବକ୍ସସାଇଟରେ ପ୍ରଥମ, ଆଲୁମିନାରେ ପ୍ରଥମ, ଆଲୁମିନିୟମ୍ ଉତ୍ପାଦନରେ ପ୍ରଥମ: ଡ. ଚାନ୍ଦ

ଭୁବନେଶ୍ୱର: ଓଡ଼ିଶା ବକ୍ସସାଇଟରେ ପ୍ରଥମ, ଆଲୁମିନା ପ୍ରଥମ, ଆଲୁମିନିୟନ୍ ଉତ୍ପାଦନରେ ପ୍ରଥମ । ମେକ୍ ଇନ୍ କନକ୍ଲେଭରେ ଯୋଗ ଦେଇ ଏହା କହିଛନ୍ତି ବେଦାନ୍ତ ଆଲୁମିନିୟମର ସଭାପତି ଡକ୍ଟର ଟିକେ ଚାନ୍ଦ ।

ମେକ୍ ଇନ୍ କନକ୍ଲେଭର ଦ୍ୱିତୀୟ ଦିନରେ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ଶିଳ୍ପକୁ ନେଇ ହୋଇଥିବା ଆଲୋଚନାରେ ୧୦ରୁ ଅଧିକ ଶିଳ୍ପଦ୍ୟୋଗୀ ଭାଗ ନେଇଥିଲେ । ଶିଳ୍ପପତି ପ୍ରତାପ ଦେବ ନିବେଶକଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାର ଡାଉନଷ୍ଟ୍ରିମ୍ ୟୁନିଟରେ ନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି ।

ଶିଳ୍ପ ସଚିବ ହେମନ୍ତ ଶର୍ମା ଓଡ଼ିଶାର ଡାଉନଷ୍ଟ୍ରିମ୍ ଶିଳ୍ପରେ କାହିଁକି ନିବେଶ କରିବେ ସେନେଇ ସୂଚନା ଦେଇଥିଲେ । ଅନୁଗୁଳ ଆଲୁମିନିୟମ୍ ପାର୍କ ଓ ବେଦାନ୍ତ ଆଲୁମିନିୟମ୍ ପାର୍କ ବିଷୟରେ ସୂଚନା ଦେଇଥିଲେ ଶିଳ୍ପ ସଚିବ । ଏହି ଅବସରରେ ଡକ୍ଟର ଟିକେ ଚାନ୍ଦଙ୍କୁ ଆଲୁମିନିୟମ୍ ଉପରେ ଏକ ବହି ଦେଇଥିଲେ ଶିଳ୍ପ ମନ୍ତ୍ରୀ ଓ ସଚିବ ।

ଉଭୟ ଶିଳ୍ପ ମନ୍ତ୍ରୀ ଓ ସଚିବ ଡକ୍ଟର ଚାନ୍ଦଙ୍କୁ ଆଲୁମିନିୟମ୍ ଉପରେ ସଚେତନତା ସହ ଆଲୁମିନିୟମ୍ ପାର୍କ ପ୍ରତିଷ୍ଠା କରୁଥିବାରୁ କୃତଜ୍ଞତା ଜଣାଇଥିଲେ । ଡକ୍ଟର ଚାନ୍ଦ ମେକ୍ ଇନ୍ କନକ୍ଲେଭକୁ ସମ୍ବୋଧିତ କରି କହିଥିଲେ, ଓଡ଼ିଶା ଆଗକୁ ଡାଉନଷ୍ଟ୍ରିମରେ ଆଲୁମିନିୟମ୍ ଉତ୍ପାଦନରେ ପ୍ରଥମ ହେବ ।

ଝାରସୁଗୁଡ଼ା ଆଲୁମିନିୟମ୍ ପାର୍କରେ ଏକ୍ସପୋର୍ଟ ଏବଂ ହାଇଟେକ୍ ୟୁନିଟ୍ ପ୍ରତିଷ୍ଠା ଲାଗି ଡକ୍ଟର ଚାନ୍ଦ ନିବେଶକଙ୍କୁ ଆହ୍ୱାନ ଦେଇଛନ୍ତି । ଉଭୟ ଅନୁଗୁଳ ଓ ଝାରସୁଗୁଡ଼ା ଆଲୁମିନିୟମ୍ ପାର୍କ କେବୁଲ୍, ଆଲୁମିନିୟମ୍ ପାଉଡର, ପଏଲ୍, ପ୍ୟାକେଜିଂ ପଦାର୍ଥ ଲାଗି ଉତ୍ତମ । ଏଥିରେ ନୂଆ ନିବେଶକ ନିବେଶ କରି ପାରିବେ ବୋଲି କହିଛନ୍ତି ଡକ୍ଟର ଚାନ୍ଦ ।

ସୂଚନାଯୋଗ୍ୟ, ନାଲକୋର ସିଏମଡି ଥିବାବେଳେ ଡକ୍ଟର ଚାନ୍ଦ ଅନୁଗୁଳରେ ନାଲକୋ ଆଲୁମିନିୟମ୍ ପାର୍କକୁ ପ୍ରୋତ୍ସାହନ ଦେଇଥିଲେ । ଏବେ ବେଦାନ୍ତର ସଭାପତି ଭାବେ ଝାରସୁଗୁଡ଼ାରେ ବିଶ୍ୱସ୍ତରୀୟ ଆଲୁମିନିୟମ୍ ପାର୍କ କରିଛନ୍ତି ।

Leave A Reply

Your email address will not be published.