ଚେନ୍ନାଇ; କମଳ ହାସନଙ୍କ ଇଣ୍ଡିଆନ ୨ ଫିଲ୍ମ ଶୁଟିଂ ଅବସରରେ ବଡ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୩ ସହକାରୀ ନିର୍ଦ୍ଦେଶକ ମୃତ୍ୟୁ ବରଣ କରିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥ ଉଦବେଗଜନକ ରହିଛି ।

ଏହି ଘଟଣାରେ ନିର୍ଦ୍ଦେଶକ ଶଙ୍କର ଅଳ୍ପକେ ବର୍ତିଯାଇଛନ୍ତି । ରିପୋର୍ଟ ମୁତାବକ ୩ସହକାରୀ ନିର୍ଦ୍ଦେଶକ କ୍ରେନରେ ଲାଗିଥିବା ବକ୍ସ ମଧ୍ୟରେ ରହି ଶୁଟିଂ କରିଥିଲେ । କ୍ରେନ୍ ଭାଙ୍ଗିଯିବା ଫଳରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । କମଳ ହାସନ ଆଊ ଏକ ଲୋକେଶନରେ ଶୁଟିଂ କରୁଥିଲେ । କମଳ ହାସନଙ୍କ ବ୍ୟତୀତ ଏହି ଫିଲ୍ମରେ କାଜଲ ଅଗ୍ରୱାଲ ଓ ସିଦ୍ଧାର୍ଥ ମଧ୍ୟ ଅଭିନୟ କରୁଛନ୍ତି । ୧୯୯୬ ଇଣ୍ଡିଆନ ଫିଲ୍ମର ଏହା ସିକ୍ୱେଲ ।
Comments are closed.