Latest Odisha News

BREAKING NEWS

Elephant Attack: କାଠ ସଂଗ୍ରହ କରିବାକୁ ଯାଇ ଦନ୍ତା ଆକ୍ରମଣରେ ଚାଲିଗଲା ୩ ଜୀବନ

ଢେଙ୍କାନାଳ:ଢେଙ୍କାନାଳ ସଦର ରେଞ୍ଜ କାଇମାଟି ଲୁଚାପଲି ଗାଁରେ ବଡ଼ ଅଘଟଣ । ହାତୀ ଆକ୍ରମଣରେ ୩ ଜଣ ମହିଳାଙ୍କ ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଥାଉକି, ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ହଠାତ୍‌ ଦନ୍ତା ହାତୀ ଆକ୍ରମଣରେ ୬ ଜଣ ଗୁରୁତର ହୋଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ଲୋଚାପଲ୍ଲୀ ଗାଁର ଇନ୍ଦୁମତୀ ପ୍ରଧାନ,ଟୁନି ବେହେରା ଓ କୁନ୍ତଳା ପ୍ରଧାନ।

 

Leave A Reply

Your email address will not be published.