ମୁମ୍ବାଇ: ସଲମାନ ଖାଁଙ୍କ ଦବଙ୍ଗ ୪ର ନିର୍ଦ୍ଦେଶନା ଦେବେ ତିଙ୍ଗମାଂସୁ ଧୂଲିଆ । ନିକଟରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ତିଙ୍ଗମାଂସୁ ଏହାର କାହାଣୀ ମଧ୍ୟ ଲେଖିଛନ୍ତି । ୨୦୨୨ ଡିସେମ୍ବରରେ ଏହାର ଶୁଟିଂ ଆରମ୍ଭ ହେବ । ଚୁଲବୁଲ ପାଣ୍ଡେର କାହାଣୀର ଥ୍ରୀଲ ଆଉ ଆଡଭେନଚର ଆଣିବାରେ ତିଙ୍ଗମାଂସୁ ଉପଯୁକ୍ତ ବ୍ୟକ୍ତି ବୋଲି ସଲମାନ କହିିଛନ୍ତି । ସବୁ କିଛି ଚୂଡାନ୍ତ ହୋଇଥିଲେ ମଧ୍ୟ ମେକର୍ସଙ୍କ ପକ୍ଷରୁ ଏ ନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ସୂଚନାଯୋଗ୍ୟ, ଗ୍ୟାଙ୍ଗସ ଅଫ ୱେସପୁର, ପାନସିଂ ଟୋମାର, ବୁଲେଟ ରାଜା ପରି ଫିଲ୍ମ କରି ଧୂଲିଆ ଚର୍ଚ୍ଚାକୁ ଆସିଥିଲେ । ସଲମାନ ଏବେ କଭି ଇଦ କଭି ଦିୱାଲୀ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପରେ ଟାଇଗର ସିରିଜର ପରବର୍ତୀ ସଂସ୍କରଣ କରିବେ । ଏହି ଦୁଇ ଫିଲ୍ମର ଶୁଟିଂ ଶେଷ ହେଲେ ଦବଙ୍ଗ ୪ରେ କାର୍ଯ୍ୟ ଆରମ୍ଭ କରିବେ ।
BREAKING NEWS
- Govt Committed To Resolve Kotia Dispute:କୋଟିଆ ପ୍ରସଙ୍ଗ:ଆଡଭୋକେଟ୍ ଜେନେରାଲ ଏବଂ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ

Comments are closed.