Latest Odisha News

ଝାଡ଼ାବାନ୍ତି ନେଲାଣି ୩ ଜୀବନ, ୫୦ରୁ ଅଧିକ ଆକ୍ରାନ୍ତ

ବଲାଙ୍ଗୀର: ରାଜ୍ୟରେ ପୁଣି ମୁଣ୍ଡ ଟେକିଲାଣି ଝାଡାବାନ୍ତି। ବଲାଙ୍ଗୀରରେ ଝାଡ଼ାବାନ୍ତି ନେଲାଣି ୩ ଜୀବନ। ଗୋଟିଏ ଗାଁରେ ୭ ଦିନରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ କୁରୁଲ ଗାଁରେ ବଢ଼ୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଗାଁରେ ଏବେ ୫୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

ସେହିପରି ବର୍ତ୍ତମାନ ୧୦ ଜଣ ଆକ୍ରାନ୍ତ ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। କ’ଣ ପାଇଁ ଝାଡ଼ାବାନ୍ତି ବ୍ୟାପୁଛି ଜଣାପଡ଼ିନଥିବା ବେଳେ ପାନୀୟ ଜଳ ଯୋଗୁଁ ହେଉଥିବା ଅନୁମାନ କରାଯାଉଛି। ତେବେ ଗାଁରେ ଭୟର ବାତାବରଣ ଲାଗି ରହିଥିବା ବେଳେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତ୍ବର ସହ ନେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ପୂର୍ବରୁ ସମ୍ବଲପୁର, ରାଉରକେଲା ଝାଡାବାନ୍ତି ସ୍ବାସ୍ଥ୍ୟ ବିଭାଗ ଚିନ୍ତା ବଢାଇଥିଲା। ଏବେ ପୁଣି ବଲାଙ୍ଗିରରେ ଝାଡାବାନ୍ତି ବ୍ୟାପିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯାଇଛି। ଦୂଷିତ ପାଣି ଯୋଗୁଁ ଏଭଳି ହୋଇଥାଇପାରେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସ୍ଥିତି ଉପରେ ସ୍ବାସ୍ଥ୍ଯ ବିଭାଗ ନଜର ରଖିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.