Latest Odisha News

BREAKING NEWS

ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୪୫, ତିନିଟି ଜିଲ୍ଲାରେ କେବଳ ୧୫୨

ଭୁବନେଶ୍ୱର : ରାଜ୍ୟରେ କାୟା ବୃଦ୍ଧି କରୁଛି କରୋନା । ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୪୫ ଛୁଇଁଛି । କେବଳ ତିନିଟି ଜିଲ୍ଲାରେ ଏହି ସଂଖ୍ୟା ୧୫୨ ରହିଛି । ଏଗୁଡିକ ମଧ୍ୟରେ ଯାଜପୁରରେ ସଂଖ୍ୟା ୫୫, ଖୋର୍ଦ୍ଧାରେ ୫୦ ହୋଇଯାଇଥିବା ବେଳେ ଗଂଜାମ ଖୁବ୍ ଶୀଘ୍ର ୫୦ ଛୁଇଁଯିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ରହିଛି ।

ପୂର୍ବରୁ ୧୬ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ନୂଆ ଜିଲ୍ଲାକୁ ମାଡି ଚାଲିଛି । ଗୁରୁବାର ଜଗତସିଂହପୁର ଓ ମୟୂରଭଂଜକୁ ମିଶାଇ ବର୍ତ୍ତମାନ ମୋଟ ୧୮ ଜିଲ୍ଲା ଛୁଇଁସାରିଲାଣି ।

ଯାଜପୁର ଗତ ଏପ୍ରିଲ ୩ ତାରିଖରେ ପ୍ରଥମ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଥିଲା । ଏବେ ସୁଦ୍ଧା ଏହି ସଂଖ୍ୟା ପହଞ୍ଚିଲାଣି ୫୫ରେ । ଅଧିକାଂଶ ପଜିଟିଭ ରୋଗୀ ପଶ୍ଚିମବଙ୍ଗ ଫେରନ୍ତା । ମୋଟ ଆକ୍ରାନ୍ତଙ୍କ ୨୨ ପ୍ରତିଶତ କେବଳ ଯାଜପୁର ଜିଲ୍ଲାର ।

ସେହିପରି ଗଂଜାମରେ ମେ ଦୁଇ ତାରିଖରେ ପ୍ରଥମ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିଲା । ଛଅ ଦିନ ଭିତରେ ଏହି ସଂଖ୍ୟା ଛୁଇଁଛି ୪୭ରେ ପହଞ୍ଚିଛି । ଗତ ଦୁଇ ଦିନ ଭିତରେ ୪୩ଟି ପଜିଟିଭ୍ କେସ୍ ଆଉ ସମସ୍ତ ୪୭ ସୁରତ ଫେରନ୍ତା । ତେବେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୧୯ ପ୍ରତିଶତ ଅଛନ୍ତି ।

ଦୀର୍ଘ ଦିନର ବ୍ୟବଧାନ ପରେ ଭୁବନେଶ୍ୱରରେ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୦ ଦିନ ହେବ ପଜିଟିଭ ସଂଖ୍ୟା ୪୭ରେ ସୀମିତ ଥିବା ବେଳେ ଗୁରୁବାର ତିନିଟି ପଜିଟିଭ୍ ବାହାରିଛି । ତେବେ ଏଥର କରୋନା ରାଜଧାନୀର ହଟସ୍ପଟ୍ ବମିଖାଲ ନୁହେଁ ନୂଆ ଜାଗାରୁ ଠାବ ହୋଇଛନ୍ତି ଆକ୍ରାନ୍ତ ।

ମଞ୍ଚେଶ୍ୱର ଓ ଭିଏସ୍‌ଏସ୍ ନଗରରୁ ଦୁଇ ଜଣ ଏବଂ ସୂର୍ଯ୍ୟ ନଗରରୁ ଜଣେ । ଏହାକୁ ମିଶାଇ କରୋନା ଆକ୍ଟିଭ କେସ୍ ୧୬ ରହିଛିି । ୩୨ ଜଣ ସୁସ୍ଥ ହୋଇଛନ୍ତି । ଦୁଇ ଦଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟ ପଜିଟିଭ୍ ସଂଖ୍ୟାର ୨୦ ପ୍ରତିଶତ ।

ଯେତିକି ବଢୁଛି କରୋନା ପଜିଟିଭ ସଂଖ୍ୟା ସେହି ଅନୁସାରେ ବଦଳୁଛି ଓଡିଶାର ରଙ୍ଗ । ରେଡ୍ ଜୋନରେ ନାଁ ଲେଖାଇଛି ଗଂଜାମ ଜିଲ୍ଲା । ନୂଆ ଆକ୍ରନ୍ତା ଚିହ୍ନଟ ପରେ ଗ୍ରୀନ ଜୋନରୁ ଅଂରେଜ ଜୋନରେ ପ୍ରବେଶ କରିଛି ଜଗତସିଂହପୁର ଓ ମୟୂରଭଂଜ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପଜିଟିଭ ଆକ୍ରାନ୍ତ ଙ୍କ ସଂଖ୍ୟା ୨୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ ଟି ଆକ୍ଟିଭ୍ କେସ୍ ରହିଛି । ୬୨ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.