Latest Odisha News

BREAKING NEWS

ଅଗଷ୍ଟ ୨୩ରେ ଜେଇଇ ଆଡଭାନ୍ସ ପରୀକ୍ଷା

ନୂଆଦିଲ୍ଲୀ: ଆଇଆଇଟିରେ ଆଡମିଶନ ପାଇଁ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ- ମେ ୧୭ ବଦଳରେ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ (ଏଚଆରଡି)ମନ୍ତ୍ରୀ ରମେଶ ପୋଖରିଆଲ ଘୋଷଣା କରିଛନ୍ତି।

ନିକଟ ଅତୀତରେ ଏଚଆରଡି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଜେଇଇ ମେନ୍ ପରୀକ୍ଷା ଜୁଲାଇ ୧୮ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଏବଂ ଜୁଲାଇ ୨୬ରେ ନିଟ୍ ଅନୁଷ୍ଠିତ ହେବ।

କୋଭିଡ -୧୯ର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ଯୋଗୁଁ ସମସ୍ତ ପରୀକ୍ଷା ତାରିଖକୁ ଘୁଞ୍ଚାଇବାକୁ ପଡୁଛି।

ତେବେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ଏମବିବିଏସ/ବିଡିଏସ ପାଠ୍ୟକ୍ରମ ଏବଂ ଅନ୍ୟାନ୍ୟ ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଅନୁମୋଦିତ ତଥା ସ୍ୱୀକୃତିପ୍ରାପ୍ତ ମେଡିକାଲ କିମ୍ବା ଦନ୍ତ ଏବଂ ଅନ୍ୟାନ୍ୟ କଲେଜରେ ଆଡମିଶନ ପାଇଁ ମୋଟ ୧୬.୮୪ ଲକ୍ଷ ପ୍ରାର୍ଥୀ ନିଟ୍ (ୟୁଜି) -୨୦୨୦ରେ ଯୋଗ ଦେବେ।

ସେହିପରି ଜେଇଇ ମେନ ପରୀକ୍ଷା ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ।

ଆହୁରି ମଧ୍ୟ ଦ୍ୱିତୀୟ ଜେଇଇ ମେନ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବା ପରେ ଯାଇ ଜେଇଇ ଆଡଭାନ୍ସ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.