Latest Odisha News

BREAKING NEWS

୩ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁରୀ ବାସେଳି ସାହି ଥାନା ପୋଲିସ

ପୁରୀ : ପୁରୀ ବାସେଳି ସାହି ଥାନା ପୋଲିସକୁ ସଫଳତା । ଏକ ୩ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଡକାୟତଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ । ଏହାସହ କିଛି ମାରଣାସ୍ତ୍ର ମଧ୍ୟ ଜବତ କରଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ପୁରୀ ହରଚଣ୍ଡୀ ସାହିର ଆଶୁତୋଷ ସୁଆର, ସିପସରୁବାଲି ଅଞ୍ଚଳର ଚନ୍ଦନ ସେଠୀ ଓ ବାସେଳି ସାହି ଶ୍ରୀମନ୍ଦିର ପଶ୍ଚିମ ଦ୍ବାରର ରମେଶ ଦଳ ବେହେରା ।

ପୋଲିସ ସୂଚନା ଅନୁଯାୟୀ ଗତ ୭ ତାରିଖରେ ଏହି ୩ ଜଣ ଅଭିଯୁକ୍ତ ବାସେଳି ସାହି ଶଙ୍କରପୁର ବାସିନ୍ଦା ମାଟିକାନ୍ତ ରଥଙ୍କ ଘରେ ପଶି ପରିବାର ଲୋକଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ୪୦ ଲକ୍ଷ ଟଙ୍କା ଲୁଟି ଫେରାର ହୋଇ ଯାଇଥିଲେ । ଏନେଇ ବାସେଳି ସାହି ଥାନା ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.