ରାଉରକେଲା : ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ରାଉରକେଲା ସ୍ବାମୀ ବିବେକାନନ୍ଦପାଲି ବସ୍ତିରେ ଘଟିଛି ଏଭଳି ଘଟଣା । ମୃତ୍ୟୁ ପୂର୍ବରୁ ଏଭଳି ଖୁଲାସା କରିଥିଲେ ଯୁବକ । ଅଭିଯୋଗ ଅନୁସାରେ ବିକାଶଙ୍କ ପତ୍ନୀ ଓ ଶ୍ବଶୁର ଘର ଲୋକ ତାଙ୍କ ବିରୋଧରେ ମିଛ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏନେଇ ଥାନାରେ ମାମଲା ହେବା ସହିତ ସ୍ତ୍ରୀ ତାଙ୍କ ବାପଘରକୁ ଚାଲି ଯାଇଥିଲେ । ତେବେ ନିଜ ଝିଅକୁ ଦେଖିବାକୁ ବିକାଶ ଯାଇଥିବା ବେଳେ ଶ୍ବଶୁର ଘର ଲୋକ ଝିଅକୁ ଦେଖାଇ ଦେଇନଥିଲେ । ଓଲଟି ପୁଣି ଥାନାରେ ନିର୍ଯାତନା ମାମଲା ରୁଜୁ କରିଥିଲେ । ଏନେଇ ପୋଲିସ ପକ୍ଷରୁ ତାଙ୍କୁ ଥାନାକୁ ଡକାଯାଇଥିଲା । ସେଠାରେ ଜଣେ ପୋଲିସ କର୍ମଚାରୀ ବିକାଶଙ୍କୁ ମାଡ଼ ମାରିଥିଲେ । ଅପମାନ ସହିନପାରି ବିକାଶ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ପୋଲିସ ।
BREAKING NEWS
- National Lok Adalat: ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୬୨,୪୮୭ ମାମଲାର ହେଲା ସମାଧାନ
- ପ୍ରଥମ ଟି୨୦: ଭାରତ ପକ୍ଷରୁ ଓପନିଂ କିଏ କରିବ ସେ ନେଇ ଦ୍ୱନ୍ଦ୍ୱରେ ଟିମ ମ୍ୟାନେଜମେଂଟ
- ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ରଚିଲା ଇତିହାସ
- Boost Vocational Education:ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ହେବ ସୁଦୃଢ଼; ଓସେପା ଓ OUAT ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ଏସିଆନ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ
- BRICS Summit 2026: ଭାରତ-ଚୀନ୍ ମଧ୍ୟରେ କମିବ ଦୂରତା ? ସୀମା ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ BRICS ସହଯୋଗ ବୃଦ୍ଧି ଉପରେ ମୋଦୀ ଓ ଜିନପିଙ୍ଗଙ୍କ ଗୁରୁତ୍ୱାରୋପ
- ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ରୁଟ
- ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀଙ୍କ ପର୍ଦ୍ଦାଫାସ; ଟୁନା ହରିଜନ ସହ ୯ ଡକାୟତଙ୍କୁ ବାନ୍ଧିଲା ପୋଲିସ
- ବିନା ଜ୍ୱରରେ ମଧ୍ୟ ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର ଲକ୍ଷଣ
- ଏସିଆ କପ ୨୦୨୭: ଚୂଡାନ୍ତ ହେଲା ସମସ୍ତ ଟିମ

Comments are closed.