Latest Odisha News

ମହିଳାଙ୍କ ବେକରୁ ଚେନ ଲୁଟିବାକୁ ଯାଇ ଛେଚା ଖାଇଲେ ଦୁଇ ଲୁଟେରା

ଭଦ୍ରକ : ଲୁଟେରାଙ୍କୁ ଉତ୍ତମ ମଧ୍ୟମ । ସୁନା ଚେନ୍ ଲୁଟ୍ କରି ଫେରାର ହୋଇ ଯାଉଥିଲେ । କିନ୍ତୁ କିବାକୁ କରି ନିର୍ଦ୍ଧୁମ ଛେଚିଲେ ଲୋକେ । ଭଦ୍ରକ ମେଡିକାଲ ଛକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅମୁଲ କୂଲ ପିଇବା ବାହାନାରେ ସୁନା ଚେନ ଝାମ୍ପି ନେଇ ପଳାଉଥିଲେ । କିନ୍ତୁ ଲୋକେ ୨ ଲୁଟେରାଙ୍କୁ କାବୁ କରି ନିସ୍ତୁକ ମାଡ ମାରିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ବର ଖିରକୋଣା ଗ୍ରାମର ନରେନ୍ଦ୍ର ଦାସ ଓ ତାଙ୍କ ସ୍ତ୍ରୀ ଶାସ୍ବତୀ ଦାସ ଭଦ୍ରକକୁ କୌଣସି କାର୍ଯ୍ୟରେ ଆସିଥିଲେ । ମେଡିକାଲ ଛକରେ ଏକ ଦୋକାନରେ କିଛି ଥଣ୍ଡା ପାନୀୟ ପିଉଥିବା ବେଳେ, ଅନ୍ୟ ୨ ଜଣ ଯୁବକ ଏକ ବାଇକରେ ଆସି ଦୋକାନରେ ଥଣ୍ଡା ପିଇଥିଲେ । ମହିଳା ଜଣକ ବୋତଲ ଫିଙ୍ଗିବା ସମୟରେ ଯୁବକ ଜଣକ ତାଙ୍କ ବେକରୁ ସୁନା ହାର ଛଡାଇ ଖସିଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ମହିଳା ଜଣକ ପାଟି କରିବାରୁ ଲୋକେ ଦୁଇ ଲୁଟେରାଙ୍କୁ କାବୁ କରିଥିଲେ । ଏହାପରେ ନିସ୍ତୁକ ମାଡ ମାରିବା ସହ ଟାଉନ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । ଏହି ୨ ଲୁଟେରା ବାହାର ରାଜ୍ୟର ବୋଲି ଜଣାପଡିଛି ।

Leave A Reply

Your email address will not be published.