କେନ୍ଦୁଝର: ଘଟଗାଁ ତହସିଲର ତିନିଜଣ କର୍ମଚାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ ବିଶାଲ ସିଂହ । ତିନି ନିଲମ୍ବିତ କର୍ମଚାରୀ ହେଲେ ରାଜସ୍ବ ନିରୀକ୍ଷକ ଲସିବ ସିଂହ ଲାଗୁରୀ, ଅମିନ ଲୋଚନ କୁମାର ସାମଲ ଓ ମୁଖ୍ୟ କିରାଣୀ ଜ୍ୟୋତିର୍ମୟ ସାହୁ । ପୂର୍ବରୁ ଅଫିସ୍ ସମୟରେ ବାରମ୍ବାର ମଦ ପିଇ ଆସି ପାଟିତୁଣ୍ଡ କରୁଥିଲେ । ଯାହାକୁ ନେଇ ଘଟଗାଁ ତହସିଲଦାର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।
ସୂଚନାଥାଉକି, ଗତମାସ ଏହି ତିନିଜଣ କର୍ମଚାରୀ ଅଫିସକୁ ମଦପିଇ ଆସି ବାରମ୍ବାର ପାଟିତୁଣ୍ଡ କରୁଥିବା ଜଣାପଡ଼ିବା ପରେ ତହସିଲଦାର ଚାରୁଲତା ସିଂହ ତୁରନ୍ତ ଘଟଗାଁ ଥାନା ଓ ମେଡିକାଲକୁ ଲିଖିତ ଭାବେ ଜଣାଇଥିଲେ। ପୋଲିସ ସେମାନଙ୍କୁ ଅଫିସରୁ ଉଠାଇ ଆଣି ସେମାନଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା । ତେବେ ଗତ ଏକ ତାରିଖ ଦିନ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘଟଗାଁ ଗସ୍ତ ଅବସରରେ ଘଟଗାଁ ଡାକବଙ୍ଗଳା ଠାରେ ସ୍ୱଳ୍ପ ରହଣି ସମୟରେ ସ୍ଥାନୀୟ ଲୋକମାନେ ତହସିଲ ଅଫିସରେ ସାଧାରଣ ଲୋକଙ୍କ କାମ ବର୍ଷ ବର୍ଷ ଧରି ହେଉନଥିବା ଅଭିଯୋଗକରିଥିଲେ।
ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ତହସିଲଦାରଙ୍କୁ ଡାକି ଅଭିଯୋଗର ସତ୍ୟତା ଜାଣିବା, ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦୁଝର ଜିଲ୍ଲାପାଳ ତିନି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ ନିଲମ୍ବନ କରିଛନ୍ତି ।
Comments are closed.