Latest Odisha News

BREAKING NEWS

ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀ ଗିରଫ

କୋକସରା: ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଂଚଳରେ ଘଟିଛି ଏଭଳି ଘଟଣା । ଜଣେ ଚାଷୀଙ୍କ ଠାରୁ ମାଓବାଦୀ ପରିଚୟ ଦେଇ ଏହି ୩ ନକଲି ମାଓବାଦୀ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ପୁଝାରୀଗୁଡ଼ାର ତୁଳସୀରାମ ନାୟକ ନାମକ ଜଣେ ଚାଷୀଙ୍କୁ ଫୋନ୍ ଜରିଆରେ ୧୦ ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ କହିଥିଲେ ଏହି ନକଲି ମାଓବାଦୀ । ଟଙ୍କା ନଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇଥିଲେ । ଏନେଇ ତୁଳସୀରାମ ଜୟପାଟଣା ଥାନା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଯୋଜନାବଦ୍ଧ ଭାବେ ୩ ଜଣ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଯୁବକଙ୍କ ଭିତରୁ ଜଣେ ତୁଳସୀରାମଙ୍କ ଗାଁର ଏବଂ ଅନ୍ୟ ଦୁଇଜଣ ଜୟପାଟଣା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।

Leave A Reply

Your email address will not be published.