Latest Odisha News

BREAKING NEWS

ଖସିଗଲେ ୧୦-୧୫ ମାଓବାଦୀ, ଗୁଳି ଓ ମାଓ ସାମଗ୍ରୀ ଜବତ

ବରଗଡ଼: ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡ଼ରେ ଚାଲିଥିଲା ମାଓ କ୍ୟାମ୍ପ । ଖବର ପାଇ ଚଢ଼ାଉ କରିଥିଲେ ଏସଓଜି ଯବାନ । ଏତିକିବେଳେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓ କ୍ୟାମ୍ପରେ ରହିଥିଲେ ୧୦ରୁ ୧୫ ଜଣ ମାଓବାଦୀ ।

ସୁରକ୍ଷାବାହିନୀ ସହ ଗୁଳି ବିନିମୟ ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ନକ୍ସଲ । ତେବେ ମାଓବାଦୀଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ମାଓ କ୍ୟାମ୍ପରୁ ଜବତ ହୋଇଛି ୧୦ଟି ଖୋକା, ଗୋଟିଏ ଅଫୁଟା ଗୁଳି, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ମାଓବାଦୀଙ୍କ ପ୍ରଚାର ପତ୍ର ।

ଗୁଳି ବିନିମୟ ପରେ ଗନ୍ଧମାର୍ଦ୍ଦନ ପାହାଡ଼ରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜଙ୍ଗଲ ଭିତରେ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷା ବାହିନୀ । ଏହି ସୂଚନା ଦେଇଛନ୍ତି ବରଗଡ଼ ଏସପି ପଦ୍ମିନୀ ସାହୁ ।

Leave A Reply

Your email address will not be published.