କନ୍ଧମାଳ: ପୋଲିସ ପୋଷାକ ପିନ୍ଧି ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ ନକଲି ପୋଲିସ । ୩ ଜଣଙ୍କୁ ଗିରଫ କରିଛି ଅସଲି ପୋଲିସ । ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ମୋହନ ଗିରି ଫାଣ୍ଡି ଅନ୍ତର୍ଗତ ରୁବେନ ଗାଁରେ ।
ଖବର ମୁତାବକ, ୭ ଜଣ ଲୁଟେରା ପୋଲିସ ବର୍ଦ୍ଦିରେ ରୁବେନ ଗାଁର ରୀପା ମାଝୀଙ୍କ ଘରକୁ ଯାଇ ତାଙ୍କୁ କୌଣସି ଘଟଣାରେ ଧମକ ଚମକ ଦେବା ସହ ନାଲି ଆଖି ଦେଖାଇଥିଲେ । ଏଥିସହ ଆମେ ସର୍ଚ୍ଚ କରିବୁ କହି ଘରେ ପଶିଲେ । ଏହାପରେ ସେମାନେ ରୀପାଙ୍କ ଘରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଥିଲେ ।
ଏହି ଘଟଣାରେ ଗାଁ ଲୋକେ ସନ୍ଦେହ କରି ବୋଲେରୋ ଗାଡ଼ି ସହ ୩ ଜଣ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଏହାପରେ ସେମାନେ ଉକ୍ତ ୩ ଜଣଙ୍କୁ ମୋହନଗିରି ଫାଣ୍ଡିରେ ଜିମା ଦେଇଥିଲେ । ଅନ୍ୟ ୪ ଜଣ ଟଙ୍କା ଧରି ଫେରାର୍ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖୋଜିବାକୁ ଚଢ଼ାଉ କରୁଛି ପୋଲିସ ।
Comments are closed.