ରାଜସ୍ଥାନ: ନିଜ ଜୀବନସାଥୀକୁ ନେଇ ଅନେକଙ୍କର ଭିନ୍ନ ଭିନ୍ନ ସ୍ୱପ୍ନ ଥାଏ । ନିଜ ପସନ୍ଦର ଜୀବନସାଥୀ ମିଳୁ ବୋଲି ଅନେକ ଭଗବାନଙ୍କୁ ଗୁହାରି ମଧ୍ୟ କରିଥାନ୍ତି । ସେହିଭଳି ରାଜସ୍ଥାନର ଜଣେ ଯୁବକ ନିଜ ପସନ୍ଦର ଜୀବନସାଥୀ ପାଇଛନ୍ତି ଯାହାକୁ ନେଇ ଏହି ଯୋଡ଼ିଙ୍କର ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଚର୍ଚ୍ଚାର କାରଣ ହେଲା ଉଭୟଙ୍କ ଉଚ୍ଚତାକୁ ନେଇ । ବରର ଉଚ୍ଚତା ୩ ଫୁଟ୍ ଥିବା ବେଳେ ସେ ପାଇଥିବା କନିଆର ଉଚ୍ଚତା ବି ୩ ଫୁଟ୍ ।
ରାଜସ୍ଥାନର ଯୋଧପୁରରେ ଏହି ନିଆରା ବିବାହ ଦେଖିବାକୁ ମିଳିଥିଲା । ଯଦିଓ ଏହି ବିବାହ ସାଧାରଣ ବିବାହ ପରି ସମ୍ପନ୍ନ ହୋଇଥିଲା, କିନ୍ତୁ ଏହାର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଯୋଧପୁର ବାସିନ୍ଦା ବର ଋଷବଙ୍କ ଉଚ୍ଚତା ୩ ଫୁଟ୍ । ସେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ତାଙ୍କର ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିବାହ ହୋଇଛି । କନିଆଙ୍କ ଉଚ୍ଚତା ବି ୩ ଫୁଟ୍ । ସେ ମଧ୍ୟ ଏମବିଏ ପାଠ୍ୟକ୍ରମ ଶେଷ କରିଛନ୍ତି । ବିବାହ ଉତ୍ସବରେ ଉଭୟ ବରକନ୍ୟା ଯେତେବେଳେ ମଣ୍ଡପକୁ ଆସିଲେ ଉପସ୍ଥିତ ଲୋକେ ତାଳିମାରି ସ୍ୱାଗତ କରିବା ସହ ଏହି ଯୋଡ଼ି ଭଗବାନ ତିଆରି ବୋଲି ମତ ରଖିଥିଲେ ।
BREAKING NEWS
- ମହାରାଷ୍ଟ୍ରର ଭୟଙ୍କର ଦୁର୍ଘଟଣା, ୮ ମହିଳା ମୃତ
- ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ଲଞ୍ଚ କଲା ନାସା
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
Comments are closed.