ରାଜସ୍ଥାନ: ନିଜ ଜୀବନସାଥୀକୁ ନେଇ ଅନେକଙ୍କର ଭିନ୍ନ ଭିନ୍ନ ସ୍ୱପ୍ନ ଥାଏ । ନିଜ ପସନ୍ଦର ଜୀବନସାଥୀ ମିଳୁ ବୋଲି ଅନେକ ଭଗବାନଙ୍କୁ ଗୁହାରି ମଧ୍ୟ କରିଥାନ୍ତି । ସେହିଭଳି ରାଜସ୍ଥାନର ଜଣେ ଯୁବକ ନିଜ ପସନ୍ଦର ଜୀବନସାଥୀ ପାଇଛନ୍ତି ଯାହାକୁ ନେଇ ଏହି ଯୋଡ଼ିଙ୍କର ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଚର୍ଚ୍ଚାର କାରଣ ହେଲା ଉଭୟଙ୍କ ଉଚ୍ଚତାକୁ ନେଇ । ବରର ଉଚ୍ଚତା ୩ ଫୁଟ୍ ଥିବା ବେଳେ ସେ ପାଇଥିବା କନିଆର ଉଚ୍ଚତା ବି ୩ ଫୁଟ୍ ।
ରାଜସ୍ଥାନର ଯୋଧପୁରରେ ଏହି ନିଆରା ବିବାହ ଦେଖିବାକୁ ମିଳିଥିଲା । ଯଦିଓ ଏହି ବିବାହ ସାଧାରଣ ବିବାହ ପରି ସମ୍ପନ୍ନ ହୋଇଥିଲା, କିନ୍ତୁ ଏହାର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଯୋଧପୁର ବାସିନ୍ଦା ବର ଋଷବଙ୍କ ଉଚ୍ଚତା ୩ ଫୁଟ୍ । ସେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ତାଙ୍କର ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିବାହ ହୋଇଛି । କନିଆଙ୍କ ଉଚ୍ଚତା ବି ୩ ଫୁଟ୍ । ସେ ମଧ୍ୟ ଏମବିଏ ପାଠ୍ୟକ୍ରମ ଶେଷ କରିଛନ୍ତି । ବିବାହ ଉତ୍ସବରେ ଉଭୟ ବରକନ୍ୟା ଯେତେବେଳେ ମଣ୍ଡପକୁ ଆସିଲେ ଉପସ୍ଥିତ ଲୋକେ ତାଳିମାରି ସ୍ୱାଗତ କରିବା ସହ ଏହି ଯୋଡ଼ି ଭଗବାନ ତିଆରି ବୋଲି ମତ ରଖିଥିଲେ ।
BREAKING NEWS
- Iran Fortifies Nuclear Sites: ମାଟି ତଳେ ଇରାନର ପରମାଣୁ ବମ୍, ତାଟକା ଡୋନାଲ୍ଡ ଟ୍ରମ୍ପ୍!
- Youth Arrested: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ପଡିଲା ମହଙ୍ଗା; ଯୁବକ ଗିରଫ
- Sunetra Pawar Oath Ceremony: NDA ସରକାରରେ ଯୋଗ ଦେବେ କି ଶରଦ ପାୱାର?, ସୁନେତ୍ରାଙ୍କ ରାଜ୍ୟାଭିଷେକ ନେଇ ଦେଲେ ବଡ଼ ବୟାନ…
- ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଉଠିବ ମହାଦୀପ…
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
Comments are closed.