Latest Odisha News

BREAKING NEWS

ନମାଜ ସରୁ ସରୁ ବୋମାମାଡ଼ରେ ଥରିଲା ମସଜିଦ୍, ୨୫ ମୃତ

କରାଚି: ପାକିସ୍ତାନର ପେଶାୱରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ମସଜିଦ ଭିତରେ ହୋଇଥିବା ଆକ୍ରମଣରେ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମଧ୍ୟାହ୍ନ ନମାଜ ପରେ ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ପେଶାୱରର ମସଜିଦରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି ।

ଏଫିଏପ୍ ରିପୋର୍ଟ ଅନୁସାରେ, ଆକ୍ରମଣରେ ମସଜିଦର ଛାତ ଭୁଶୁଡ଼ି ପଡ଼ିଥିବା ବେଳେ କାନ୍ଥ ଭାଙ୍ଗି ଯାଇଛି । ମସଜିଦର ଏକ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା କୁହାଯାଉଛି । ଏହା ପୂର୍ବରୁ ୨୦୨୨ ମାର୍ଚ୍ଚ ୧୬ ତାରିଖରେ କରାଚିର ଏକ ମସଜିଦରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିଲେ ।

ମେ ୧୩ରେ ମଧ୍ୟ କରାଚିରେ ବିସ୍ଫୋରଣ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା, ୧୩ ଜଣ ଆହତ ହୋଇଥିଲେ । ୨୦୨୨ ଏପ୍ରିଲ୍ ୨୬ରେ କରାଚି ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୩ ଜଣ ଚୀନ ନାଗରିକଙ୍କ ସହ ଜଣେ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.