Latest Odisha News

BREAKING NEWS

ମେକ୍ସିକୋର ନାଇଟ କ୍ଲବରେ ଗୁଳିକାଣ୍ଡ, ୮ ମୃତ

ବ୍ୟୁରୋ : ଉତ୍ତର ଆମେରିକାର ଉତ୍ତର ମେକ୍ସିକୋର ଜେରେଜ ସହରର ଏକ ନାଇଟୀ କ୍ଲବରେ ହୋଇଛି ଗୁଳିକାଣ୍ଡ । ଏହି ଗୁଳିକାଣ୍ଡ ରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନାଇଟ୍ କ୍ଲବର କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ଉତ୍ତର ମେକ୍ସିକୋ ସ୍ଥିତ ଏକ ନାଇଟ୍ କ୍ଲବରେ ଏହି ଗୁଳିକାଣ୍ଡ ହୋଇଥିବା ନେଇ ସ୍ଥାନିୟ ପୋଲିସ୍ ଘୋଷଣା କରିଛି । ପୂର୍ବରୁ ହୋଇଥିବା ଏକ ବଚସା ଏହି ଗୁଳିକାଣ୍ଡର ମୁଖ୍ୟ କାରଣ ହୋଉଛି ବୋଲି ଜଣାପଡ଼ିଛି । ତେବେ ସୁରକ୍ଷା ସଚ୍ଚିବାଳୟର ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ଘଟଣା ଜାକାଟେକସ୍ ରାଜ୍ୟରେ ଘଟିଥିଲା ଯେତେବେଳେ ବହୁ ସଶସ୍ତ୍ର ବ୍ୟକ୍ତି ଦୁଇଟି ଗାଡ଼ିରେ ଆସି ନାଇଟ୍ କ୍ଲବରେ ପହଞ୍ଚିଥିଲେ ।

ପରେ ଅଭିଯୁକ୍ତମାନେ ନାଇଟ କ୍ଲବରେ ପଶି ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଗୁରୁତର ଆହତ ହୋଇଥିବା ୫ଜଣ ବର୍ତ୍ତମାନ ସ୍ଥାନିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେପଟେ ଗୁଳିରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ନାଇଟ୍ କ୍ଲବର କର୍ମଚାରୀ, ସଙ୍ଗୀତଜ୍ଞ ଓ କ୍ଲବର ଗ୍ରାହକମାନେ ଅଛନ୍ତି ।

ସେପଟେ ଗତ ବର୍ଷ ନଭେମ୍ବରରେ, ମେକ୍ସିକୋର ଗୁଆନାଜୁଏଟୋ ରାଜ୍ୟରେ ଏକ ବାର ଭିତରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଚାରିଜଣ ମହିଳା ଏବଂ ପାଞ୍ଚ ପୁରୁଷଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। କେବଳ ଏତିକି ନୁହେଁ ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଏହି ସହରରେ ଏକ ଗ୍ୟାଙ୍ଗ ଯୁଦ୍ଧରେ ଦଶ ଜଣଙ୍କର  ମଧ୍ୟ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.