ଆଠଗଡ : ଶିବ ମନ୍ଦିର ଭିତରୁ ନାଗ ସାପ ଉଦ୍ଧାର । ଉଦ୍ଧାର ସମୟରେ ଫଣା ଟେକି ରହିଲା ନାଗ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ସମସରପୁର ପଞ୍ଚାୟତ ନଡୁଆପଡ଼ା ଶଙ୍କର୍ଷଣ ମନ୍ଦିର ରୋଷେଇ ଘରେ । ଏକ ତିନି ଫୁଟର ନାଗ ସାପକୁ ଉଦ୍ଧାର ବେଳେ ସାପଟି ଫଣା ଟେକି ରହିଥିଲା ।
ଦୀର୍ଘ ସମୟ ପର୍ଯ୍ୟନ୍ତ ଫଣା ଟେକି ରହିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଲୋକମାନେ ସାପଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସାପଟି ନଯାଇ ଫଣା ଟେକି ରହିଥିଲା ।
କାର୍ତ୍ତିକ ମାସ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରୁଛନ୍ତି । ଆଉ ସେହି ସମୟରେ ସାପ ବାହାରବିା ଘଟଣା ନେଇ ଅନେକ ଆଲୋଚନା କରାଯାଉଛି । ମନ୍ଦିରରୋ କୌଣସି ପୂଜା ବିଘ୍ନ ଯୋଗୁ ନାଗ ସାପ ଆସିଥିବା କୁହାଯାଉଛି । ସାପଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଗହଳି ଲାଗିଛି ।
Comments are closed.