Latest Odisha News

BREAKING NEWS

କମିଲା ପେଟ୍ରୋଲ-ଡିଜେଲ ଦର, ଦେଶବାସୀ ଆଶ୍ୱସ୍ତ

ନୂଆଦିଲ୍ଲୀ : ତୈଳଦର ବୃଦ୍ଧି ନେଇ ଦେଶବାସୀ ଅତିଷ୍ଠ ହୋଇପଡିଥିବାବେଳେ ଶନିବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ସୂଚନା ଅନୁଯାୟୀ ଆଜି ପେଟ୍ରାଲ ଲିଟର ପିଛା ପାଖାପାଖି ୩୮ ରୁ ୩୯ ପଇସା କମିଥିବାବେଳେ ଖୁଚୁରା ମୂଲ୍ୟରେ ୮୧.୯୯ ଟଙ୍କା ରହିଛି । ଏହାପରେ ଆଜି ମୁମ୍ବାଇରେ ପେଟ୍ରୋଲ ୮୮ ଟଙ୍କା ବଦଳରେ ୮୭.୪୬ ପଇସାରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ଏହା ଲିଟର ପ୍ରତି ୮୧.୯୯ ଟଙ୍କାରେ ପହଞ୍ଚିଛି ।

ସେହିପରି ଡିଜେଲର ମୂଲ୍ୟ ଆଜି ୧୨-୧୩ ପଇସା କମିଛି । ଏହି ମୂଲ୍ୟ ହ୍ରାସ ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୫.୩୬ ଟଙ୍କାରେ ପହଞ୍ଚିଥିବା ବେଳେ ଲିଟର ପ୍ରତି ୭୯ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ତୈଳ ବଜାରରେ ତେଲର ଦର ହ୍ରାସ ଘଟିଥିବା ଯୋଗୁଁ ମଧ୍ୟ ଏହାର ପ୍ରଭାବ ପଡିଛି । ଏହାର ପ୍ରଭାବ ଭାରତ ଉପରେ ପଡି ତୈଳଦରରେ ମଧ୍ୟ ହ୍ରାସ ପଡିଛି ।

Leave A Reply

Your email address will not be published.